ଏଲଓସିରେ ଭାରତୀୟ ସେନାର ବଡ଼ ଆକ୍ସନ୍ ! ପାକ୍ ସେନାଙ୍କ ଠିକଣାରେ ବଡ଼ ଆକ୍ରମଣ, ଅନେକ ଲଞ୍ଚିଂ ପ୍ୟାଡ଼୍ ଧ୍ୱଂସ

111

କନକ ବ୍ୟୁରୋ : ପାକିସ୍ତାନ ପଟୁ ବାରମ୍ବାର ଏଲଓସିରେ ଅସ୍ତ୍ରବିରତି ଉଲଂଘନ ପରେ ଭାରତୀୟ ସେନା ପୁଣି ଥିରେ ଆକ୍ରମଣାତ୍ମ ଜବାବ ଦେଇଛି । ଭାରତୀୟ ସେନା ପାକିସ୍ତାନୀ ଠିକଣା ଉପରେ ଜୋରଦାର ଆକ୍ରମଣ କରିଛି । ଏହି ଆକ୍ରମଣ ପୁଂଛ ଜିଲ୍ଲା ମେଣ୍ଢର ସେକ୍ଟରରେ ହୋଇଛି । ଭାରତୀୟ ସେନା ଆକ୍ରମଣରେ ପାକିସ୍ତାନ ସେନାର ଅନେକ ଠିକଣା ଧ୍ୱଂସ ହୋଇଯାଇଛି । ମିଡ଼ିଆ ରିପୋର୍ଟ ଅନୁସାରେ ଭାରତ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଓ ପାକ୍ ସେନାଙ୍କ ଲଞ୍ଚିଂ ପ୍ୟାଡ଼କୁ ନଷ୍ଟ କରିଦେଇଛନ୍ତି । ଏହି ଲଞ୍ଚିଂ ପ୍ୟାଡ଼୍ ହଜୀରା ଓ ରାଓଲକୋଟ ସେକ୍ଟରରେ ଅବସ୍ଥିିତ ।

ସୂଚନାଯୋଗ୍ୟ ଜମ୍ମୁ-କଶ୍ମୀରରେ ଏଲଓସିକୁ ଲାଗି ପାକିସ୍ତାନ ସୀମାପଟେ ରହିଥିବା ଥିବା ପାକିସ୍ତାନୀ ସେନାର ଏକ ମୁଖ୍ୟାଳୟରେ ରହି ପାକିସ୍ତାନୀ ରେଞ୍ଜର୍ସମାନେ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବା ସହ ସେମାନଙ୍କ ହାତରେ ସୀମାନ୍ତରେ ମୁତୟନ ଥିବା ଭାରତୀୟ ସେନା ଉପରେ ଆକ୍ରମଣ ଚଳାଇଥିଲେ । ଖାଲି ଏତିକି ନୁହେଁ ଏହିଠାରେ ହିଁ ଆତ୍ମଗୋପନ କରିବା ସହ ପାକିସ୍ତାନୀ ରେଞ୍ଜର୍ସମାନେ ଭାରତୀୟ ସୀମା ମଧ୍ୟକୁ ଅନବରତ ମୋର୍ଟାର ମାଡ଼ କରୁଥିଲେ । ଏଘଟଣା ଜଣାପଡ଼ିବା ପରେ ଆଜି ଭାରତୀୟ ସେନା ପକ୍ଷରୁ ଆଜି ଏକ ଜବାବୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାକିସ୍ତାନୀ ସେନାର ଏହି ମୁଖ୍ୟାଳୟକୁ ଉଡ଼ାଇ ଦିଆଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ପ୍ରକାଶ କରିବା ସହ ଏ ଘଟଣା ସଂପର୍କିତ ଏକ ଭିଡିଓକୁ ମଧ୍ୟ ପ୍ରସାରିତ କରିଛି । ଆଜି ପୂର୍ବାହ୍ନ ୧୦ଟା ୨୫ ମିନିଟ ସମୟରେ ପାକିସ୍ତାନୀ ସେନା ବିରୋଧରେ ଭାରତୀୟ ସେନା ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ଦେଇଛି ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ।