ଆଜି ସେନା ଦିବସ । ଭାରତୀୟ ସେନାର ସାହସ, ଦେଶପ୍ରେମ ଓ ଅତୁଳନୀୟ ଅବଦାନକୁ ଝୁରୁଛି ଦେଶ

30

କନକ ବ୍ୟୁରୋ : ଜାନୁଆରି ୧୫। ସେନା ଦିବସ। ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ। ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେସ କରିୟମ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

ଭାରତୀୟ ସେନାଙ୍କ ସାହସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥା’ନ୍ତି। ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅତୁଳନୀୟ ଅବଦାନ ରହିଛି। ପୁଣି ଦେଶର ଯେ କୌଣସି ସ୍ଥାନରେ ହିଂସାକାଣ୍ଡ ଅଣାୟତ୍ତ ହେଲେ ସେଠାରେ ବି ଖୋଜାପଡ଼େ ଭାରତୀୟ ସେନାକୁ। ଏପରିକି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ମଧ୍ୟ ସେନାଙ୍କ କାର୍ୟ୍ୟ ବେଶ୍ ପ୍ରଶଂସନୀୟ। କିନ୍ତୁ ସୈନିକମାନଙ୍କୁ ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଅନୁଯାୟୀ ଯେତିକି ସମ୍ମାନ ମିଳିବା କଥା ତାହା ମିଳୁ ନାହିଁ ବୋଲି ଅଭିଯୋଗ ହେଉଛି।

ସୈନିକଙ୍କ ବଳିଦାନ ପରେ ତାଙ୍କ ପରିବାରବର୍ଗଙ୍କୁ ଯେପରି ସରକାରୀ ସହଯୋଗ ମିଳିବା କଥା, ତାହା ମଧ୍ୟ ହେଉ ନାହିଁ। କେବଳ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ସେମାନଙ୍କୁ ସମ୍ମାନିତ କରି ସରକାର ତାଙ୍କ ଦାୟିତ୍ୱ ସାରିଦିଅନ୍ତି। ଏ ନେଇ ସୈନିକମାନଙ୍କର ବେଶ୍ ଅସନ୍ତୋଷ ବି ରହିଛି।

କିଛି ସ୍ଥାନରେ ସାଧାରଣ ଜନତାଙ୍କ ଉପରେ ସେନାର ଅତ୍ୟାଚାର ନେଇ ମଧ୍ୟ ଅଭିଯୋଗ ଆସିଛି। ପ୍ରତିବାଦର ସ୍ୱର ଶୁଭିଛି। ସେନା ଭିତରେ ମଧ୍ୟ ନିର୍ୟ୍ୟାତନାର ଅଭିଯୋଗ ହୋଇଛି। ଏସବୁ ସତ୍ତ୍ୱେ ଭାରତୀୟ ସେନାର ବିଶ୍ୱସନୀୟତା ସଙ୍କଟକୁ ଯାଇ ନାହିଁ। ସେନା ଦିବସ ଅବସରରେ କେତେ ଜଣ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।