ଭାରତ-ଚୀନ୍ ସୀମାରେ ଉତ୍ତେଜନା : ବୁଲଡୋଜରରେ ଚୀନ୍ ଉଡାଇଲା ଭାରତୀୟ ବଙ୍କର

23

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ଆଜି ସିକିମ୍ ଯାଉଛନ୍ତି ସେନା ମୁଖ୍ୟ ବିପିନ ରାୱତ । ଦୁଇ ଦେଶ ମଧ୍ୟରେ ଉତେଜନାକୁ ଦୃଷ୍ଟିରେ ରଖି ସେନାମୁଖ୍ୟଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଭାରତର ସିକିମକୁ ଲାଗିଥିବା ସୀମାରେ ଦୁଇଦିନ ହେଲା ଦାଦାଗିରି ଚଳାଇଛି ଚୀନ୍ ।

ଏପିରିକି କୈଳାସ ମାନସରୋବର ଯାତ୍ରାକୁ ରୋକିଦେଇଛି ଚୀନ୍ । ଫଳରେ ସୀମାରୁ ଫେରିଆସିଛନ୍ତି ଯାତ୍ରୀ । ବିପିନ ରାୱତଙ୍କ ଗସ୍ତ ପୂର୍ବରୁ ନିର୍ଦ୍ଧାରିତ ଥିଲା । କିନ୍ତୁ ଭାରତ-ଚୀନ୍ ଉତ୍ତେଜନା ପରିପ୍ରେକ୍ଷୀରେ ସେନାମୁଖ୍ୟ ଗସ୍ତ ଅଧିକ ମହତ୍ୱପୂର୍ଣ୍ଣ ମନେକରାଯାଉଛି । ବିପିନ ରାୱତ ସିକିମ୍ ସୀମାର ଫରୱାର୍ଡ ପୋଷ୍ଟ ଯାଇ ସିନିୟର କମାଣ୍ଡାଂଟଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ।