ଡ୍ରୋନରୁ ହେବ ଆକ୍ରମଣ, ତ୍ରାହି ତ୍ରାହି ଡାକିବେ ଆତଙ୍କବାଦୀ । କିନ୍ତୁ କେହି ବିରୋଧ ନ କରିବା ଦରକାର । ଜାଣନ୍ତୁ କଣ କହିଲେ ସେନାଧ୍ୟକ୍ଷ

458

ତ୍ରାହି ତ୍ରାହି ଡାକିବେ ଭାରତର ଶତ୍ରୁ । କେହି ଜଣେ ବି ରକ୍ଷା ପାଇବେନି । କିଛି ଭାବିବା ପୂର୍ବରୁ ଆକାଶରୁ ହେବ ଗୁଳିବର୍ଷା । ଆତଙ୍କବାଦୀଙ୍କୁ ପାନେ ଦେବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ସେନା । ଜମ୍ମୁ କାଶ୍ମୀର ଓ ଏଲଓସି ପାର ଅଞ୍ଚଳରେ ଡେରା ପକାଇଥିବା ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାକୁ ଡ୍ରୋନରେ ଆକ୍ରମଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ । ଏପରିକି ଏଭଳି ଅପରେସନ ପାଇଁ ଭାରତ ମଧ୍ୟ ସକ୍ଷମ ବୋଲି କହିଛନ୍ତି ସେନାଧ୍ୟକ୍ଷ । କିନ୍ତୁ କେହି ବିରୋଧ ନକଲେ ଏଭଳି ଆକ୍ରମଣ ସମ୍ଭବ ।

ଶତ୍ରୁଙ୍କୁ ନିପାତ କରିବାକୁ ଆମେରିକା ଭଳି ଭାରତ ଡ୍ରୋନ ଆକ୍ରମଣ କରିବ କି ପ୍ରଶ୍ନର ଉତ୍ତରରେ ଜେନେରାଲ ବିପିନ ରାୱତ କହିଛନ୍ତି, ଏଭଳି ଆକ୍ରମଣ କରିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହି ଆକ୍ରମଣକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଅନ୍ତରାଷ୍ଟୀୟ ସମୁଦାୟ ବିରୋଧ ନ କରିବା ଆବଶ୍ୟକ ।

ଡ୍ରୋନରୁ ଆକ୍ରମଣ କରିବା ପୂର୍ବରୁ ଇତ୍ସାଏଲ କିଭଳି ଏଭଳି ଅପରେସନ କରୁଛି ତାହା ଦେଖିବା ଆବଶ୍ୟକ ବୋଲି କହିଛନ୍ତି ସେନାଧ୍ୟକ୍ଷ । ଇସ୍ରାଏଲ ଡ୍ରୋନରେ ଆକ୍ରମଣ କରିବା ପୂର୍ବରୁ ସ୍ଥଳଭାଗରେ କିଛି ସେନା ଅଧିକାରୀ ରହିଥାନ୍ତି । ଯେଉଁମାନେ ଇଲେକଟ୍ରୋନିକ ଜ୍ଞାନକୌଶଳ ସହାୟତାରେ ଶତ୍ରୁପକ୍ଷର ପ୍ରତିଟି ଗତିବିଧି ଉପରେ ନଜର ରଖିବା ସହ ପ୍ରତିଟି ସୂଚନା ଦେଇଥାନ୍ତି । ସୂଚନା ଆଧାରରେ ପ୍ରଥମେ ଟାର୍ଗେଟକୁ ଚିହ୍ନଟ କରାଯାଇଥାଏ । ଆଉ ଏହାପରେ ଉଡାଣ ଆରମ୍ଭ କରିଥାଏ ଡ୍ରୋନ ଓ ଶତ୍ରୁପକ୍ଷ ଉପରେ ଟାର୍ଗେଟ କରିଥାଏ ।

ଏଭଳି ଜ୍ଞାନକୌଶଳ ସାହାର୍ଯ୍ୟରେ ଶତ୍ରୁପକ୍ଷଙ୍କ ଉପରେ ଆକ୍ରମଣ ଭାରତୀୟ ସେନା ପକ୍ଷେ ସମ୍ଭବ । କିନ୍ତୁ ଆମ ଦେଶରେ ଖାସକରି ଜମ୍ମୁ-କାଶ୍ମୀରରେ ଯେତେବେଳେ ଫଥର ଫିଙ୍ଗାଳୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେତେବେଳେ ଏହାର ବିରୋଧ କରୁଛନ୍ତି ସ୍ଥ୍ାନୀୟ ବାସିନ୍ଦା । ତେଣୁ ଏଭଳି ସ୍ଥିତିରେ ଡ୍ରୋନ ଆକ୍ରମଣ କିଭଳି କରାଯିବ ବୋଲି ସେ କହିଛନ୍ତି ।