ସୋସିଆଲ୍ ମିଡିଆରେ ପୁଣି ଚର୍ଚ୍ଚାରେ ଭାରତୀୟ ସେନା ! କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

39

କେରଳ ରାଜ୍ୟର ଏକ ଗ୍ରାମରେ ହୋଇଥିବା ବାତ୍ୟା ପରଠାରୁ ସେଠାକାର ଯାତାୟତର ମାଧ୍ୟମ ପାଲଟିଥିବା ଏକ ସେତୁ ଭୁଷୁଡି ପଡିଥିଲା । ଯାହାଦ୍ୱାରା ଯାତାୟତରେ ବିଭିନ୍ନ ପ୍ରକାର ଅସୁବିଧା ହେବାସହ ସ୍କୁଲ ପିଲାଙ୍କ ପାଠପଢା ମଧ୍ୟ ବ୍ୟାଘାତ ହେଲା । ତେବେ ଏହି ବିପତ୍ତିରେ ଲୋକଙ୍କୁ ସାହଯ୍ୟ କରିବା ପାଇଁ ଭାରତୀୟ ସେନାର ଯବାନମାନେ ତତ୍ପର ହୋଇପଡିଥିଲେ । ଦିନରାତି ଲୋକଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଥିଲେ । କିନ୍ତୁ କିଛି ଯବାନ୍ ଏହି ସ୍ଥାନରେ ଏଭଳି କିଛି କାମ କରିଛନ୍ତି ଯାହା ସେମାନଙ୍କୁ ଗ୍ରାମବାସୀଙ୍କ ଆଗରେ ହିରୋ କରି ଦେଇଛି ।

ଭାରତୀୟ ସେନାର ଇଞ୍ଜୀନିୟରମାନେ ଟାସ୍କ ଫୋର୍ସ ମଲାପୁରମ୍ ଜିଲ୍ଲାରେ ଏକ ୪୦ ଫିଟ୍ ଲମ୍ବା ପୋଲ ତିଆରି କରିଦେଇଥିଲେ । ସେନାର ଯବାନ୍ ବାତ୍ୟାରେ ଭାଙ୍ଗିଯାଇଥିବା ବଡ ବଡ ଗଛ ଏବଂ ଅନ୍ୟ ସ୍ଥାନୀୟ ସାମଗ୍ରୀ ମାଧ୍ୟମର ବ୍ୟବହାର କରି ଏହି ପୋଲକୁ ପ୍ରସ୍ତୁତ କରିଛନ୍ତି । ତେବେ ଏଠାରେ ପୂର୍ବରୁ ଥିବା ପୋଲ ବାତ୍ୟା କାରଣରୁ କ୍ଷତିଗ୍ରସ୍ଥ ହୋଇପଡିଥିଲା । ତେବେ ଆର୍ମି ଯବାନଙ୍କ ଏଭଳି କାମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ସୋସିଆଲ୍ ମିଡିଆରେ ଏହି ପୋଲର ଫଟୋକୁ ବହୁଳ ମାତ୍ରାରେ ସେୟାର୍ କରାଯାଉଛି । ଯେଉଁମାନେ ଏହି ଫଟୋକୁ ଦେଖୁଛନ୍ତି ଆର୍ମି ଯବାନଙ୍କ ପ୍ରଶଂସା ନକରି ରହିପାରୁ ନାହାନ୍ତି । ତେବେ ଆଉ ଏକ ସ୍ଥାନରେ ମଧ୍ୟ ଯବାନ୍ ମାନେ ଏକ କୃତ୍ରିମ ବାଉଁଶ ପୋଲ ପ୍ରସ୍ତୁତ କରି ଗୋଟିଏ ଗାଁରେ ବନ୍ୟା କବଳରେ ଫସି ରହିଥିବା ୮୦୦ ଲୋକଙ୍କୁ ଉଦ୍ଧାର କରିଥିଲେ ।

ତେବେ ସ୍ଥଳସେନା ତଥା ଆର୍ମି ବ୍ୟତୀତ ନୌସେନା,ବାୟୁସେନା,ଏନଡିଆରଏଫର ଯବାନମାନେ ମଧ୍ୟ କେରଳରେ ଲୋକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ତେବେ କେରଳର ବହୁ ଜିଲ୍ଲା ବାତ୍ୟା କାରଣରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି । ତେବେ ଯବାନ୍ ମାନେ ଆର୍ମି ଅପରେସନ୍ ସହଯୋଗ ନାମରେ ସୁରକ୍ଷା କାର୍ଯ୍ୟ ଜାରି ରଖିଛନ୍ତି ।