ଆଜି ‘ଆର୍ମଡ୍ ଫୋର୍ସେସ ଫ୍ଲାଗ୍ ଡେ’ ! ଜାଣନ୍ତୁ ୭ ଡିସେମ୍ବରରେ କାହିଁକି ପାଳନ କରାଯାଏ ଏହି ଦିବସ

68

ଦେଶର ସୁରକ୍ଷା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାନ୍ତି ନାହିଁ ଏହି ଭାରତୀୟ ଯବାନ । ଦେଶର ସୁରକ୍ଷା ପାଇଁ ଏମାନଙ୍କ ଯୋଗଦାନ ଅତୁଳନୀୟ ଅଟେ । ଆଜି ୭ଡିସେମ୍ବର ଏବଂ ପ୍ରତି ବର୍ଷଭଳି ଚଳିତ ବର୍ଷ ମଧ୍ୟ ଯବାନ ମାନଙ୍କ ବଳିଦାନକୁ ସମ୍ମାନ ଏବଂ ସ୍ମୃତିକୁ ମନେ ପକାଇବାପାଇଁ ‘ଆର୍ମ୍ଡ ଫୋର୍ସେସ ଫ୍ଲାଗ ଡେ’ ଜରିଆରେ ଯବାନ ମାନଙ୍କୁ ସ୍ମରଣ କରାଯାଏ । ୧୯୪୯ମସିହାରୁ ଏହି ଦିବସ ପାଳନ କରାଯାଉଅଛି ।

ସୁରକ୍ଷାକର୍ମୀଙ୍କୁ ସମ୍ମାନ ଦେବା ହେଉଛି ଏହି ଦିବସର ପ୍ରଥମ ଉଦ୍ଦେଶ୍ୟ । ଏହାସହ ସାଧାରଣ ନାଗରିକଙ୍କ ମନରେ ଶହିଦ ଯବାନମାନଙ୍କ ପରିବାରର ଦେଖାଶୁଣା କରିବା ଏବଂ ସାହାଯ୍ୟ ଯୋଗାଇଦେବା ପାଇଁ ଉତ୍ସାହ ଉତ୍ପନ୍ନ କରିବା ମଧ୍ୟ ଏହାର ଲକ୍ଷ୍ୟ । ମାନିବାକୁ ଗଲେ ସୈନିକମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ କଲ୍ୟାଣପାଇଁ ନିଜର ଯୋଗଦାନ ଦେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ଅଟେ । ଏହି କାର୍ଯ୍ୟ ପାଇଁ ସାଧାରଣ ଜନତାଙ୍କ ପାଖରୁ କିଛି ପାଣ୍ଠି ଆଦାୟ କରାଯାଇଥାଏ । ଦେଶର ସମସ୍ତ ନାଗରିକ ନିଜ ଇଚ୍ଛାରେ କିିଛି ଦାନ କରିପାରିବେ । ଏହି ବୀର ଯବାନଙ୍କ ପାଇଁ ଆପଣ ମଧ୍ୟ କିଛି ଖୁସିରେ ଦାନ କରିପାରିବେ । ବିଭିନ୍ନ ବିକଳ୍ପ ସାହାଯ୍ୟରେ ଆପଣ ଧନରାଶି ଯୋଗାଇ ପାରିବେ ।

ଏହିପରି ଆପଣ ମଧ୍ୟ ହୋଇପାରିବେ ସାମିଲ :
ଅନଲାଇନ ପେମେଂଟ, ୟୁପିଆଇ ପ୍ଲାଟଫର୍ମ, ପେଟିଏମ ଏବଂ ଚେକ ଜରିଆରେ ଆପଣ ମଧ୍ୟ ଧନରାଶି ଯୋଗଦାନ କରିପାରିବେ । ଏହିପରି ଆପଣ ଅନଲାଇନ ଲିଂକ କରିପାରିବେ:
https://ksb.gov.in/fundPayment.htm. ୟୁପିଆଇ ଜରିଆରେ ଡୋନେଟ କରିବାକୁ ଚାହୁଁଥିଲେ ଏହି ୟୁପିଆଇ କୋର୍ଡକୁ ବ୍ୟବହାର କରନ୍ତୁ: armedforcesflagdayfund@sbi. ଏହା ବ୍ୟତୀତ ପେଟିଏମ ନମ୍ବର :୮୮୦୦୪୬୨୧୭୫ ଏବଂ ଯଦି ଚେକ ସହାୟତାରେ ସାହାଯ୍ୟ ପ୍ରଦାନ କରିବା ପାଇଁ ଚାହାନ୍ତି ,ତେବେ ଏହି ଆକାଉଂଟ ନମ୍ବର ୩୪୪୨୦୪୦୦୬୨୩, SBI RK Puram ରେ ଦାନ କରିପାରିବେ । ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ନାଗରିକଙ୍କୁ ଏହି ଫ୍ଲାଗ ଡେ’ରେ ଧନରାଶିର ସହାୟତା ପାଇଁ ଅପିଲ କରିଥିଲେ ।