ବିମାନରେ ହଟ୍ଟହଟ୍ଟା ହେଲେ ଅର୍ଣ୍ଣବ ଗୋସ୍ୱାମୀ । ପଦାରେ ପଡିଲା କମେଡିଆନ କୁନାଲଙ୍କ ଅଭଦ୍ରାମି । ମହଙ୍ଗା ପଡିଲା ସମାଲୋଚନା, ବ୍ୟାନ ହେଲା ବିମାନ ଯାତ୍ରା ।

373

କନକ ବ୍ୟୁରୋ : ବିମାନରେ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ହଟହଟା କରିବା ମହଙ୍ଗା ପଡିଛି କମେଡିଆନ କୁନାଲ କାମ୍ରାଙ୍କୁ । ନିଜେ କୁନାଲ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ ସମେତ ୪ଟି ଏୟାରଲାଇନ୍ସ କୁନାଲଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଛନ୍ତି । ସେପଟେ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି କୁନାଲ କାମ୍ରା ।

ବିମାନରେ ହଟ୍ଟହଟ୍ଟା ହେଲେ ଅର୍ଣ୍ଣବ ଗୋସ୍ୱାମୀ । ପଦାରେ ପଡିଲା କମେଡିଆନଙ୍କ ଅଭଦ୍ରାମି । କମେଡିଆନ କୁନାଲ କାମ୍ରା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମାଲୋଚନା କଲା ପରି କିଛି ପ୍ରଶ୍ନ କରୁଛନ୍ତି । ଏଭଳି କିଛି ଘଟିଥିଲା ମୁମ୍ବାଇରୁ ଲକ୍ଷେ୍ନø ଯାଉଥିବା ଇଣ୍ଡିଗୋ ବିମାନରେ ।

ସୂଚନା ଅନୁଯାୟୀ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମ୍ରା ଏବଂ ଅର୍ଣ୍ଣବ ଗୋସ୍ୱାମୀ ଗୋଟିଏ ବିମାନରେ ଲକ୍ଷେ୍ନø ଯାଉଥିଲେ । ଏହି ସମୟରେ ଅର୍ଣ୍ଣବଙ୍କୁ ଦେଖି କୁନାଲ ତାଙ୍କ ସାମ୍ବାଦିକତା ଉପରେ କିଛି ପ୍ରଶ୍ନ କରିଥିଲେ । କିନ୍ତୁ ଅର୍ଣ୍ଣବ କୌଣସି ଜବାବ ଦେଇନଥିଲେ । ଏବଂ କୁନାଲ ମାନସିକ ଭାବେ ଅସ୍ଥିର ଥିବା ଅର୍ଣ୍ଣବ ତାଙ୍କୁ କହିଥିବା କୁନାଲ କହିଛନ୍ତି । ଏହାପରେ କୁନାଲ ସୋସିଆଲ ମିଡିଆର ଏହି ଭିଡିଓକୁ ପୋଷ୍ଟ କରିଥିଲେ । ହାଇଦ୍ରାବାଦର ଛାତ୍ର ରୋହିତ ବେମୁଲାଙ୍କ ମୃତ୍ୟୁ ପ୍ରତିବାଦରେ ଅର୍ଣ୍ଣବଙ୍କୁ ପ୍ରଶ୍ନ କରିଛନ୍ତି କୁନାଲ ।

କୁନାଲଙ୍କୁ ମହଙ୍ଗା ପଡିଲା ସମାଲୋଚନା । ବ୍ୟାନ ହେଲା ବିମାନ ଯାତ୍ରା । ବିମାନ ଭିତରେ ଷ୍ଟାଣ୍ଡଅପ କମେଡିଆନଙ୍କ ଏଭଳି ଅଭଦ୍ରାମି ତାଙ୍କୁ ମହଙ୍ଗା ପଡିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିମାନରେ ଅର୍ଣ୍ଣବ ଗୋସ୍ୱାମୀ ଓ ସହଯାତ୍ରୀଙ୍କୁ ଚିଡାଇବା ଅଭିଯୋଗରେ ଇଣ୍ଡିଗୋ, ୬ମାସ ପାଇଁ କୁନାଲଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଛି । ସେହିପରି ସ୍ପାଇସଜେଟ, ଏୟାର ଇଣ୍ଡିଆ ଓ ଗୋ ଏୟାର ମଧ୍ୟ ବ୍ୟାନ ଲଗାଇଛନ୍ତି । ଅନ୍ୟପଟେ ଏୟାରଲାଇନ୍ସ ଗୁଡିକର ଏଭଳି କାର୍ଯ୍ୟାନୁଷ୍ଠାନ ପରେ କୁନାଲ କାମ୍ରା କଟାକ୍ଷ କରି ଟୁଇଟ କରିଛନ୍ତି ।

ବୁଧବାର ଦିନ ପୁଣି ଥରେ ଲକ୍ଷ୍ନୌରୁ ଫେରିବା ବେଳେ ବିମାନରେ ଅର୍ଣ୍ଣବଙ୍କ ସହ କୁନାଲଙ୍କର ସାକ୍ଷାତ ହୋଇଥିଲା । ତେବେ କୁନାଲ ତାଙ୍କ ସହ ଆଲୋଚନା କରିବା ପାଇଁ ଚାହିଁଥିଲେ ମଧ୍ୟ ଅର୍ଣ୍ଣବ ମନାକରିଦେଇଥିବା ଆଉ ଏକ ଟୁଇଟରେ ଲେଖିଛନ୍ତି କୁନାଲ । ଏହି ବିବାଦ ଏତିକିରେ ଥମିନାହିଁ । ଏହାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି ।