୧୨ ହଜାର ଫୁଟ୍ ତଳେ ପଡିଛି ଏଏନ୍ -୩୨ ବିମାନର ଅଂଶ ! ଗରୁଡ କମାଣ୍ଡୋ ଏବଂ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟରର ମିଳିତ ସହଯୋଗରେ ସର୍ଚ୍ଚ ଅପରେସନ୍ ଆରମ୍ଭ ।

397

ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍ -୩୨ ୮ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଅରୁଣାଞ୍ଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି । ଅରୁଣାଞ୍ଚଳ ପ୍ରଦେଶ ସରକାରଙ୍କ ତରଫରୁ ଉକ୍ତ ଅଞ୍ଚଳର ମ୍ୟାପ୍ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମ୍ୟାପରେ ଏଏନ୍ -୩୨ ବିମାନ କ୍ରାଶ୍ ହେବା ସାଇଟ୍ ସଫା ସଫା ଦେଖାଯାଉଛି । ଭାରତୀୟ ବାୟୁସେନା ତରଫରୁ କୁହାଯାଇଛି ଯେ ନିଖୋଜ ବିମାନ କେବଳ ଗୋଟିଏ ଅଂଶକୁ ଠାବ କରାଯାଇଛି ଅନ୍ୟ ଅଂଶକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲୁ ରହିଛି । ଏଏନ୍ -୩୨ ର ଅଂଶକୁ ଖୋଜିବା ପାଇଁ ଏମ୍ ଆଇ୧୭ଏସ୍ ଏବଂ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟର ଲଗାଯାଇଛି ।

ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ଗରୁଡ କମାଣ୍ଡୋ :

ଏଏନ୍ -୩୨ ର ବାକି ଅଂଶକୁ ଖୋଜିବା ପାଇଁ ବାୟୁସେନା ବୁଧବାର ସକାଳ ଗରୁଡ କମାଣ୍ଡୋ ଏବଂ ବାୟୁସେନାର ଯବାନଙ୍କୁ ଉକ୍ତ ସ୍ଥାନରେ ଓହ୍ଲାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛନ୍ତି । ତେବେ ଜଣେ ଅଧିକାରୀଙ୍କ କହିବାନୁସାରେ ମଙ୍ଗଳବାର ରାତିରେ ବିମାନର ଏକ ଅଂଶ ମିଳିବା ପରେ ସେନା ତରଫରୁ ଉକ୍ତ ସ୍ଥାନରେ ଚିତା ଏବଂ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟର ଓହ୍ଲାଇବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ଗଭୀର ପାହାଡୀ ଜଙ୍ଗଲ ହୋଇଥିବାରୁ ସେଠାରେ ହେଲିକ୍ୟାପ୍ଟର ଓହ୍ଲାଇବା ସହଜ ହୋଇପାରିନଥିଲା ।