ମିଗ୍-୨୧ ବିମାନ କ୍ରାସ ! ହିମାଚଳ କାଙ୍ଗରାରେ ଖସିପଡିଲା ବାୟୁସେନାର ବିମାନ, ଚାଲିଗଲା ପାଇଲଟଙ୍କ ଜୀବନ ।

36

ହିମାଚଳପ୍ରଦେଶର କାଙ୍ଗରା ଠାରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ମିଗ-୨୧ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ସହିତ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଦୁର୍ଘଟଣାରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରର ମିଗ-୨୧ ପଞ୍ଜାବର ପଠାନକୋଟରୁ ଯାତ୍ରା ଆରମ୍ଭ କରିଥିଲା । କିଛିସମୟ ପରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ପାଟ୍ଟା ଜାଟିୟାନର ଏକ କ୍ଷେତରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିଥିଲା । ସେଠାରେ ବିମାନର ଖଣ୍ଡବିଖଣ୍ଡିତ ଅଂଶ ପଡ଼ିଥିବା ବି ଦେଖିବାକୁ ମିଳିଛି ।

ତେବେ ସନ୍ଦେହ କରାଯାଉଛି କି, ପାଇଲଟ ବିମାନରେ ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେ ବିମାନରୁ ବାହାରି ଯାଇଥିଲେ । କିନ୍ତୁ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ନେଇ ଆହୁରି ଖବର ମିଳିପାରେ । ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବରରେ ମିଗ-୨୧ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଥିଲା । ରାଜସ୍ଥାନର ବାଡମେରରେ ହୋଇଥିବା ଦୁର୍ଘଟଣାରେ ବିମାନରେ ବସିଥିବା ଦୁଇଜଣ ପାଇଲଟ ପାରାଚୁଟ ଜରିଆରେ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ ।