କଟକ : ଆସନ୍ତା ୨୩ରେ ଖାନନଗରଠାରେ ହେବ ଏୟାର ଶୋ, ୩ଟି ଯୁଦ୍ଧବିମାନ କରିବେ ପ୍ରଦର୍ଶନ

25

କନକ ବ୍ୟୁରୋ : କଟକ ଖାନନଗର ବୁରୁଜ ପାର୍କ ଠାରେ ହେବ ଏୟାର ଶୋ । ଆସନ୍ତା ୨୩ ତାରିଖରେ ଏହି ଶୋରେ ୩ଟି ଯୁଦ୍ଧବିମାନ ପ୍ରଦର୍ଶନ କରିବେ । ୩ ଫାଇଟର ଜେଟ୍ ହେଉଛି ଆକାଶଗଙ୍ଗା, ସାରଙ୍ଗ, ସୁର୍ଯ୍ୟକିରଣ । ବିଜୁ ଜନ୍ମଶତବାର୍ଷିକୀ ଉପଲକ୍ଷେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ପୁରା କାର୍ଯ୍ୟକ୍ରମରେ ପାଖାପାଖି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆସନ୍ତା କାଲି ଏକ ମକଡ୍ରିଲର ଆୟୋଜନ ହେବାର ସୂଚନା ରହିଛି । ଆଜି କୈାଶଳ ପ୍ରଦର୍ଶନକାରୀ ଏବଂ ବୈଷୟିକ ଟିମ୍ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।