ଭାରତୀୟ ବାୟୁ ସେନାରେ କାର୍ଯ୍ୟରତ କର୍ମଚାରୀ ଦାଢି ରଖିପାରିବେ ନାହିଁ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

90

ଭାରତୀୟ ବାୟୁ ସେନାରେ କାର୍ଯ୍ୟରତ କୌଣସି ବି କର୍ମଚାରୀ ଦାଢି ରଖି ପାରିବେ ନାହିଁ । ତେଣିକି କର୍ମଚାରୀ ଜଣକ କୌଣସି ଧର୍ମ ବା ସମ୍ପ୍ରଦାୟର ହୁଅନ୍ତୁ ନା କାହିଁକି ଦାଢି ରଖିବାକୁ ଅନୁମତି ମିଳିବ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ବାୟୁ ସେନାର ଦୁଇ କର୍ମଚାରୀ ମହମ୍ମଦ ଜୁବେର ଏବଂ ଅନସାରି ଅଫତାବ ଅହମ୍ମଦ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଏହା ସହ ଦାଢି ରଖିବା ପ୍ରସଙ୍ଗରେ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ବାୟୁସେନାରେ କାମ କରୁଥିବା କୌଣସି ନିର୍ଦ୍ଦିଷ୍ଟ ଧର୍ମର କର୍ମଚାରୀଙ୍କୁ ଦାଢି ରଖିବାର ଅନୁମତି ନଦେବା ନିଷ୍ପତି କାହାର ଧାର୍ମିକ ଅଧିକାରକୁ କ୍ଷୂର୍ଣ୍ଣ କରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରାଧାନ ବିଚାରପତି ଟି.ଏସ ଠାକୁରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ।