ଜାଣନ୍ତୁ କ’ଣ ଏହି ମିରାଜ-୨୦୦୦ ବିମାନ ? ଯାହାର ସାହାଯ୍ୟରେ ପାକ୍ ଉପରେ ବୋମା ବର୍ଷଣ କଲା ଭାରତୀୟ ବାୟୁସେନା ।

622

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଯବାବ୍ ଦେଇଛି । ଭାରତର ୧୨ ମିରାଜ-୨୦୦୦ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ସଂଗଠନପ ଜୈସ୍ ର ଠିକଣା ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛନ୍ତି । ସୁଚନା ଅନୁସାରେ ସକାଳ ୩.୩୦ ସମୟରେ ୧୦୦୦ କିଲୋ ବିସ୍ଫୋଟକ ପାକ୍ ଆତଙ୍କୀଙ୍କ ଠିକଣା ଉପରେ ପକାଯାଇଥିଲା । ପୁଲୱାମା ଘଟଣା ପରେ ଦୁଇ ସୀମାରେ ଚିନ୍ତା ବଢି ଯାଇଥିଲା । ବର୍ତ୍ତମାନ ବାୟୁସେନା ନିଜ କ୍ରୋଧକୁ ଜାହିର କରିଛି । ଏବେ ବାୟୁସେନାକୁ ଆଲର୍ଟରେ ରଖାଯାଇଛି । ଏହି ଘଟଣାରେ ଭାରତ ନିଜ ଲଢୁଆ ବିମାନ ମିରାଜ-୨୦୦୦ କୁ ବ୍ୟବହାର କରିଛି । ଆପଣଙ୍କୁ କହିରଖୁଛୁ କି ମିରାଜ-୨୦୦୦ ବିମାନ ଭଳି ଭାରତରେ ଅନେକ ଶକ୍ତିଶାଳୀ ଲଢୁଆ ବିମାନ ରହିଛି । ଯାହା ଯଦି ଯୁଦ୍ଧର ମଇଦାନରେ ଓହ୍ଲାଇବ ତେବେ ଶତ୍ରୁଦେଶର ଚିତ୍ର ହିଁ ବଦଳାଇ ରଖିଦେବ ।

ମିରାଜ ଫାଇଟର୍ ପ୍ଲେନ୍ କ’ଣ ?

ଡସାଲ୍ଟ ମିରାଜ-୨୦୦୦ ଏକ ଫ୍ରାନ୍ସିସୀ ଲଢୁଆ ବିମାନ । ଏହି ବିମାନର ନାଁ ବ୍ରଜ ଦିଆଯାଇଥିଲା । ଏହା ବାୟୁସେନାର ପ୍ରାଇମେରୀ ଫାଇଟର୍ ପ୍ଲେନ୍ ଅଟେ । ଏହି ବିମାନ ଶତ୍ରୁଙ୍କ ଅଞ୍ଚଳରେ ଲେଜର୍ ଗାଇଡେଡ୍ ବମ୍ ମାଧ୍ୟମରେ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ ଅଟେ । ଏହି ସମୟରେ ଭାରତୀୟ ସେନା ପାଖରେ ୫୧ ଟି ମିରାଜ ବିମାନ ରହିଛି । ଏହି ସବୁ ବିମାନ ୧୯୮୫ ରେ ଭାରତରେ ସ୍ଥାନ ପାଇଥିଲେ । ମିରାଜ ସେହି ବିମାନ ଅଟେ ଯାହା କାରଗିଲ୍ ଯୁଦ୍ଧ ସମୟରେ ପାକିସ୍ଥାନକୁ ପାଣି ପିଆଇ ଦେଇଥିଲା ।