ଉତର ପ୍ରଦେଶ କୃଷି ନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର କ୍ରାସ । ଜଳିଗଲା ବିମାନ, ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନ ପଡିଲା ବିଲରେ

ଉତର ପ୍ରଦେଶ କୃଷି ନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର କ୍ରାସ

145

କନକ ବ୍ୟୁରୋ : ଉତରପ୍ରଦେଶର କୁଶୀନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣର କିଛି ସମୟ ପରେ ହିଁ ବିମାନ କ୍ରାସ ହୋଇ ଜଳିଯାଇଥିଲା । ତେବେ ପାଇଲଟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ବିମାନଟି ବିଲରେ ପଡିଥିଲା । ବିମାନଟି ଗୋରଖପୁର ଏୟାରବେସରୁ ଉଡାଣ ଭରିଥିଲା । ତେବେ ପାଇଲଟ ଅଳ୍ପକେ ବର୍ତିଯାଇଛନ୍ତି । ତେବେ ଉପସ୍ଥିତ ବୁଦ୍ଧି କାରଣରୁ ଜାଗୁଆର ବିଲରେ ଯାଇ ପଡିଥିଲା ।

ଫଳରେ କାହାର କୌଣସି କ୍ଷତି ହୋଇନାହିଁ । ଘଟଣାର କୋର୍ଟ ଅଫ ଇନକ୍ୱାରୀ ପାଇଁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ସର୍ଚ ଅପରେସନ ଜାରି ରହିଛି । ଅପରେସନରେ ହେଲିକପ୍ଟର ଲଗାଯାଇଛି । ଗତବର୍ଷ ଗୁଜରାଟର କଚ୍ଛରେ ବି ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ପାଇଲଟ ସହିଦ ହୋଇଥିଲେ ।