ସୀମାରେ ଶକ୍ତି ବଢାଇଲା ଭାରତୀୟ ବାୟୁସେନା ! ପାକିସ୍ତାନକୁ କଡା ଜବାବ ଦେବା ପାଇଁ ନିୟୋଜିତ ହେଲା ଅତ୍ୟାଧୁନିକ ‘ଚିନୁକ’ ହେଲିକପ୍ଟର ।

515

କନକ ବ୍ୟୁରୋ : ସୀମାରେ ବଢିଲା ଭାରତୀୟ ବାୟୁସେନାର ଶକ୍ତିି । ପାକ୍ ସୀମାରେ ନିୟୋଜିତ ହେଲା ଅତ୍ୟାଧୁନିକ ଚିନୁକ ହେଲିକପ୍ଟର । ୧୧ହଜାର କିଲୋର କ୍ଷମତା ବହନ କରୁଥିବା ୪ଟି ଚିନୁକ ହେଲିକପ୍ଟରକୁ ଆଜି ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ପାଖାପାଖି ୧୧ହଜାର କିଲୋ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ, ଉଚ୍ଚସ୍ଥାନରେ ଉଡାଣ ଭରିବା ଭଳି କ୍ଷମତା ରହିଛି ଏହି ହେଲିକପ୍ଟର ଚିନୁକର । ଉନ୍ନତ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିିରେ ଆମେରୀକୀୟ ବୋଇଂ କମ୍ପାନୀ ଦ୍ୱାରା ଚିନୁକ ହେଲିକପ୍ଟର ନିର୍ମାଣ କରାଯାଇଛି ।

ଏହି ଯୁଦ୍ଧ ବିମାନରେ ୩ଶହ ସୈନିକ ଏକା ସାଙ୍ଗରେ ଯିବାର କ୍ଷମତା ରହିଛି । ଖରାପ ପାଗରେ ମଧ୍ୟ ଏହା ଉଡ଼ାଣ ଭରି ପାରିବାର ସୁବିଧା ରହିଛି । ଛୋଟ ହେଲିପ୍ୟାଡ ଓ ଘାଟିରେ ଅତି ସହଜରେ ଏହା ଲ୍ୟାଣ୍ଡ କରିପାରିବ । ଘଂଟା ପ୍ରତି ୩୧୫ କିଲୋମିଟର ପର୍ଯ୍ୟନ୍ତ ଉଡାଣ ଭରିବାର କ୍ଷମତା ଏଥିରେ ରହିଛି । ଏହି ଉଚ୍ଚ କ୍ଷମତା ବିଶିଷ୍ଟ ହେଲିକପ୍ଟରକୁ ଚଣ୍ଡିଗଡରେ ବାୟୁସେନା ମୁଖ୍ୟ ମାର୍ସଲ ବିଏସ ଧନୋଆ ବାୟୁସେନାକୁ ହସ୍ତାନ୍ତର କରିବେ । ଏହି ମଲଟି ମିଶନ ହେଲିକପ୍ଟର ଚିନୁକକୁ ବୋଇଙ୍ଗ କମ୍ପାନୀ ତିଆରି କରିଛି । ଭାରତ ପୂର୍ବରୁ ୧୯ଟି ଦେଶରେ ଏହି ହେଲିକପ୍ଟରର ବ୍ୟବହାର କରାଯାଉଛି । ଏହିଭଳି ୧୫ଟି ହେଲିକପ୍ଟର କିଣିବା ପାଇଁ ଭାରତ ଡିଲ କରିଛି । ୧୯୬୨ ମସିହାରୁ ଆମେରିକା ବାୟୁସେନା ଏହାକୁ ବ୍ୟବହାର କରିଆସୁଛି ।