ପାକିସ୍ତାନ ସୀମାଠାରୁ କିଛି ଦୂରରେ ଭାରତୀୟ ବାୟୁସେନାର ସମରାଭ୍ୟାସ । ଜବାବ୍ ଦେବାପାଇଁ ସେନା ପ୍ରସ୍ତୁତ ।

1,147

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲାପରେ ଶକ୍ତି ଦେଖାଇଲା ଭାରତ । ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନ ସୀମାଠାରୁ କିଛି ଦୂର ରାଜସ୍ଥାନର ପୋଖରାନରେ ବାୟୁଶକ୍ତି ୨୦୧୯ ସମରାଭ୍ୟାସ ହୋଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ଉପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । ଆଉ ପାକ୍ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏତିକିବେଳେ ସାଂକେତିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି ମଧ୍ୟ ବେଶ୍ ବଢ଼ିଯାଇଛି ।

ଆଜି ବାୟୁସେନା ନିଜର କ୍ଷମତା ଓ ରଣକୌଶଳର ପ୍ରଦର୍ଶନ କରି ସମସ୍ତଙ୍କୁ ଜଣାଇଦେଇଛି ଯେ ଏହା ପ୍ରସ୍ତୁତ । ଆଜି ମିଗ ୨୭ ଓ ସୁଖୋଇର ଗ୍ରାଉଣ୍ଡ ଆଟାକ କ୍ଷମତାର ପ୍ରଦର୍ଶନ କରାଯାଇଛି । ମିଗ୍ ୨୭, ଜାଗୁଆର ଆଦି ଲଢୁଆ ବିମାନ ଆକାଶମାର୍ଗରୁ ଭୂମିରେ ଥିବା ଟାର୍ଗେଟଗୁଡିକୁ ବୋମା, ରକେଟ ଓ କ୍ଷେପଣାସ୍ତ୍ର ଆଦି ପକାଇ ଧ୍ୱଂସ କରିଥିବା ଦୃଶ୍ୟ ପାକିସ୍ତାନ ଦେଖିଛି । ଏହା ସହିତ ଏଥିରେ ଲାଗିଥିବା ମେସିନ ଗନ ମାଧ୍ୟମରେ ମଧ୍ୟ ଗୁଳି ବର୍ଷା ପାକିସ୍ତାନକୁ ଶୁଆଇ ଦେବନାହିଁ ।


ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କୀ ହମଲାର ୪୮ ଘଣ୍ଟା ବିତିବା ପରେ ମରୁଭୂମିରେ ଭାରତୀୟ ବାୟୁସେନା ନିଜର ବିଧ୍ଵଂସକ ଶକ୍ତି ପ୍ରଦର୍ଶନ ଆଗକୁ ପାକିସ୍ତାନ ପ୍ରତି ଯୁଦ୍ଧର ଆଶଙ୍କାକୁ ଦୃଢ଼ କରିଥିବା ଆଶଙ୍କା କରାଯାଉଛି । ପୋଖରାନରେ ବାୟୁସେନାର ୧୩୦ରୁ ଅଧିକ ଲଢୁଆ ବିମାନ, ଯୁଦ୍ଧାସ୍ତ୍ର ପରିବହନ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଅଂଶ ଗ୍ରହଣ କରିଛନ୍ତି। ସେପଟେ ଏନେଇ ବାୟୁସେନା ମୁଖ୍ୟ ମାର୍ଶଲ ବି.ଏସ. ଧନୋଆ କହିଛନ୍ତି ଯେ, କୌଣସି ପ୍ରକାରର ଜବାବ ଦେବା ପାଇଁ ବାୟୁସେନା ସଂପୂର୍ଣ୍ଣ ପ୍ରସ୍ତୁତ। ପୁଲଓ୍ଵାମା ହମଲା ପରେ ପାକିସ୍ତାନ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଯାହା ଦାୟିତ୍ଵ ଦେବେ ସେଥିପାଇଁ ଆମେ ପୂରା ପ୍ରସ୍ତୁତ।