୬ ଅଫିସର ଏବଂ ୧୯ ଜଣ ସୈନ୍ୟକୁ ନେଇ ଆରମ୍ଭ ହୋଇଥିଲା ଭାରତୀୟ ବାୟୁସେନା ! ପ୍ରଥମେ ସ୍ଥଳସେନାର ନିୟନ୍ତ୍ରଣରେ ଥିଲା ବାୟୁସେନା । 

166

ଆଜି ସମ୍ପୁର୍ଣ୍ଣ ଭାରତ ପାଳୁଛି ୮୭ ତମ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ “ଇଣ୍ଡିୟାନ୍ ଏୟାରଫୋର୍ସ ଡ଼େ” ପାଳନ କରାଯାଏ । ଆଜକୁ ୮୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ବାୟୁସେନା ସ୍ଥାପନା ହୋଇଥିଲା । ଆଜିର ଦିନରେ ବାୟୁସେନାରେ ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମ ସାଙ୍ଗକୁ ପରେଡ୍ ଏବଂ ଏୟାର୍ ଶୋ’ର ଆୟୋଜନ ମଧ୍ୟ କରାଯାଏ । ତେବେ ଆସନ୍ତୁ ଜାଣିବା ବାୟୁସେନା ସହ ଜଡିତ ଥିବା କିଛି ରୋଚକ ତଥ୍ୟ ବିଷୟରେ ।

ସ୍ୱାଧୀନତା ପୂର୍ବରୁ ବାୟୁସେନା ଉପରେ ସ୍ଥଳସେନାର ନିୟନ୍ତ୍ରଣ ଥିଲା । ବାୟୁସେନାକୁ ସ୍ଥଳସେନାରୁ ଅଲଗା କରିବାର ସବୁ ଶ୍ରେୟ ବାୟୁସେନା ପ୍ରଥମ କମାଣ୍ଡର ମୁଖ୍ୟ ଏୟାର୍ ମାର୍ସଲ୍ ସାର୍ ଡବ୍ଲ୍ୟୁ ଏଲ୍ମହର୍ଷ୍ଟଙ୍କୁ ଯାଏ । ଅଲଗା ହେବା ପରର ତିନିବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ । ସ୍ୱାଧୀନତା ପୂର୍ବରୁ ଭାରତୀୟ ବାୟୁସେନାର ନାଁ ରୟାଲ୍ ଇଣ୍ଡିୟାନ୍ ଏୟାର୍ ଫୋର୍ସ ଥିଲା । ଯାହାର ଗଠନ ୧୯୩୩ ଏପ୍ରିଲ୍ ୧ ତାରିଖରେ ହୋଇଥିଲା । ବାୟୁସେନାର ପ୍ରଥମବସ୍ତାରେ ୬ ଆରଏଏଫ୍ ଟ୍ରେଣ୍ଡ୍ ଅଫିସର୍ ଏବଂ ୧୯ ବିମାନ ସିପାହୀ ଥିଲେ । ଭାରତୀୟ ବାୟୁସେନା ଦ୍ୱିିତୀୟ ବିଶ୍ୱଯୁଦ୍ଧ ସମୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । କିନ୍ତୁ ଦେଶ ଯେତେବେଳେ ସ୍ୱାଧୀନତା ଲାଭ କଲା ଏହାର ପରେ ପରେ ହିଁ ବାୟୁସେନାକୁ ମଧ୍ୟ ନିଜର ପରିଚୟ ମିଳିଲା ।