ଭାରତରେ ୫୦ ଛୁଇଁଲା କରୋନା ଆକାନ୍ତଙ୍କ ସଂଖ୍ୟା । କେରଳ ଓ କର୍ଣ୍ଣାଟକରେ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ସେପଟେ ଇରାନରୁ ସ୍ୱଦେଶ ଫେରିଲେ ୫୮ ଭାରତୀୟ ।

478

କନକ ବ୍ୟୁରୋ : ଭାରତରେ ବର୍ତମାନ ବର୍ଷା ଯାଇ ଖରା ଆସିଯାଇଛି । ତଥାପି କରୋନା ଭୂତାଣୁ ସଂକ୍ରମିତ ହେବାରେ ଲାଗିଛି । ଆଜି ପୁଣି ୬ ଜଣ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣ କେରଳ ଏବଂ ଅନ୍ୟ ୩ ଜଣ କର୍ଣ୍ଣାଟକର । ସେପଟେ ବିଶ୍ୱର ଶହେଟି ଦେଶକୁ କରୋନା ଭୂତାଣୁ ବ୍ୟାପିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ଟପିଛି । ବିଶ୍ୱରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ।

ସାରା ବିଶ୍ୱରେ ଏବେ କରୋନା ଆତଙ୍କ । ଏହାରି ଭିତରେ ଇରାନରୁ ବାୟୁସେନାର ବିମାନରେ ୫୮ଜଣ ଭାରତୀୟ ଭାରତ ଫେରିଛନ୍ତି । ସେପଟେ ଭାରତରେ କରାନୋ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଂଚିଛି । ଏହି ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା କରାଯାଉଛି ।

ବାୟୁସେନାର ପରିବହନକାରୀ ବିମାନ ସି-୧୭ ଗ୍ଲୋବମାଷ୍ଟର ବିମାନରେ ଇରାନରୁ ଫେରିଛନ୍ତି ୫୮ଜଣ ଭାରତୀୟ । ବାୟୁସେନାର ଏହି ବିମାନରେ ସେମାନଙ୍କୁ ଭାରତ ସ୍ଥାନାନ୍ତର କରାଯାଇଛି । ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ଅବତରଣ କରିଥିଲା ସି-୧୭ ଗ୍ଲୋବମାଷ୍ଟର । ଏହି ବିମାନରେ ଇରାନରୁ ଫେରିଥିବା ସମସ୍ତ ଭାରତୀୟଙ୍କୁ ସ୍କ୍ରିନିଂ କରାଯିବା ପରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ସେପଟେ ଭାରତରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି କେରଳରେ ୬ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭି ଆସିଛି । କର୍ଣ୍ଣାଟକରେ ୩ ସନ୍ଦିଗ୍ଧଙ୍କ ସ୍ୱାବ ରିପୋର୍ଟ ପଜିଟିଭି ଆସିଛି । କେରଳର କୋଟାୟାମରେ ୪ଜଣ କରୋନା ଆକ୍ରାନ୍ତ ଓ ପଥାନମଥିଟାରେ ୨ ଆକ୍ରାନ୍ତ ଚିହ୍ନଟ ପରେ ଆଇସୋଲେସନ ୱାର୍ଡରେ ସେମାନଙ୍କ ଚିକିତ୍ସା ଚାଲିଛି । କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪ ହଜାର ଟପି ଥିବା ବେଳେ ଏବେ ବିଶ୍ୱର ଶହେରୁ ଅଧିକ ଦେଶକୁ ବ୍ୟାପିଛି କରୋନା ।