ଭାରତ-ପାକ୍ ସୀମାରେ ଯୁଦ୍ଧ ପରିସ୍ଥିତି ! ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

477

କନକ ବ୍ୟୁରୋ : ସୀମାରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ ଡକାଯାଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ସୀମାରେ ସ୍ଥିତି ନେଇ ବୈଠକରେ ଆଲୋଚନା ହେବ ।

ସେପଟେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା  ।  ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିଲା  । ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମିନିଟ ଭିତରେ ଉଡ଼ାଣ ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରହିବା ମଧ୍ୟ କୁହାଯାଇଛି ।

ଅନ୍ୟପଟେ ପାକିସ୍ତାନ ନିଜର ଅନେକ ବିମାନ ଉଡ଼ାଣ ବନ୍ଦ କରିଛନ୍ତି । ଲାହୋର ଇସଲାମାବାଦ, ସିୟାଲକେରାଟ ଏୟାରପୋର୍ଟରେ ଅନେକ ବିମାନ ଉଡ଼ାଣକୁ ରଦ୍ଦ କରିଦିଆଯାଇଛି । ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ ଆତଙ୍କବାଦୀଙ୍କୁ କର କିମ୍ବା ମର ଆଦେଶ ଦେଇଛି ।