ସୁପର ସଣ୍ଡେର ସୁପର ଫାଇଟ୍ ! ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ମୋହାଲିରେ ହେବ ମହାଲଢେଇ । 

92

କନକ ବ୍ୟୁରୋ : ଆଜି ମୋହାଲିରେ ମହାଲଢେଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଚତୁର୍ଥ ଦିନିକିଆ ମ୍ୟାଚ୍ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଭାରତ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଗତ ମ୍ୟାଚର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ଭାରତ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଦଳକୁ ମାତ୍ ଦେବା ପରେ ତୃତୀୟ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ତେବେ ଅନ୍ତିମ ଦୁଇଟି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଆଜି ମ୍ୟାଚରେ ସମସ୍ତଙ୍କ ନଜର ରହିବ ଋଷଭ ପନ୍ଥଙ୍କ ପ୍ରଦର୍ଶନ ଉପରେ । ଆଉ କୁହାଯାଉଛି, ଏହି ଦୁଇଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ହିଁ ପନ୍ଥଙ୍କ ବିଶ୍ୱକପ ଖେଳିବା ନେଇ ପଥ ଦେଖାଇବ । ତେବେ ପ୍ରାରମ୍ଭିକ ଯୋଡି ଭଲ ନଖେଳିବା ଭାରତ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ରୋହିତ ଶର୍ମା, ୩ଟି ଦିନିକିଆରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।

ଦଳରେ ୪ଟି ପରିବର୍ତ୍ତନ ସହ ଆଜି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନରେ ଯୁବ ତାରକା ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇଛି । ମହମ୍ମଦ ଶାମିଙ୍କୁ ବିଶ୍ରାମ ମିଳିଥିବା ବେଳେ ତାଙ୍କ ସ୍ଥାନରେ ଆଜି ଭୁବନେଶ୍ୱର କୁମାର ଖେଳିବେ । ସେହିପରି ଚତୁର୍ଥ ସ୍ଥାନ ବ୍ୟାଟିଂ ପାଇଁ ଅମ୍ବାତି ରାଇଡୁଙ୍କ ପରିବର୍ତ୍ତେ ଆଜି ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି ।

ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ଥ (ୱିକେଟ୍ ରକ୍ଷକ). କେଦାର ଯାଦବ, କୁଲଦୀପ ଯାଦବ, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରିତ ବୁମରା ।