ଧର୍ମଶାଳାରେ ଧୋନୀବାହିନୀର ଧମାକା : ପ୍ରଥମ ଦିନିକିଆରେ ୬ ୱିକେଟରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

28

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ । ଧର୍ମଶାଳାରେ ଖେଳା ଯାଇଥିବା ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିବା ଭାରତ ଭ୍ରମଣକାରୀ କିୱି ଦଳକୁ ମାତ୍ର ୧୯୦ ରନରେ ସୀମିତ ରଖିଥିଲା । ପ୍ରଥମରୁ ହିଁ ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇବାରେ ସଫଳ ହୋଇଥିଲା ଦଳ ।

ଓପନର ଲାଥାମ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ ନ୍ୟୁଜିଲାଣ୍ଡର ନିୟମିତ ଭାବେ ୱିକେଟ୍ ପତନ ଘଟି ଚାଲିଥିଲା । ଲାଥାମ୍ ଅପରାଜିତ ୭୯ ରନ୍ କରିଥିବା ବେଳେ ଶେଷ ଭାଗରେ ଟିମ୍ ସାଉଥି ୩୬ ବଲରୁ ଆକ୍ରମଣାତ୍ମକ ୫୫ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅମିତ ମିଶ୍ରା ଉଭୟେ ୨ ୱିକେଟ୍ ଲେଖାଏଁ ହାସଲ କରିଥିବା ବେଳେ ଉମେଶ ଯାଦବ ଓ କେଦାର ଯାଦବଙ୍କୁ ମିଳିଥିଲା ଦୁଇଟି ଲେଖାଏଁ ୱିକେଟ୍ ।

ଜବାବରେ ମାତ୍ର ୩୩ ଓଭର ଗୋଟିଏ ବଲ୍ ଖେଳି ୧୯୪ ରନ୍ ସଂଗ୍ରହ କରି ନେଇଥିଲା ଭାରତ । ବିରାଟ କୋହଲି ଅପରାଜିତ ୮୫ ରନ୍ କରି ଭାରତକୁ ସହଜ ବିଜୟ ଦେଇଥିଲେ । ତେବେ ଗୁରୁତ୍ୱପୂର୍ଣ ୩ ୱିକେଟ୍ ହାସଲ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି । ଏହି ବିଜୟ ସହ ୫ ଟିକିଆ ଦିନିକିଆ ସିରିଜରେ ୧-୦ ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।