ଦାମ୍ବୁଲାରେ ଦମ୍ ଦେଖାଇଲା ଟିମ୍ ଇଣ୍ଡିଆ ! ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇଲା ବିରାଟ ବାହିନୀ

0

କନକ ବ୍ୟୁରୋ : ଦାମ୍ବୁଲା ଦିନିକିଆରେ ଦମ୍ ଦେଖାଇଲା ଭାରତ । ବିଜୟ ସହ ଦିନିକିଆ ସିରିଜର ଅଭିଯାନ୍ ଆରମ୍ଭ କରିଛି ବିରାଟ୍ ବାହିନୀ । ଶ୍ରୀଲଙ୍କାକୁ ୯ ୱିକେଟ୍ରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ଅଧିନାୟକ ଦମଦାର୍ ଅର୍ଦ୍ଧଶତକ କରିଥିବା ବେଳେ ପାଳି ଆରମ୍ଭ କରିଥିବା ଶିଖର ଧାୱନ୍ ଶତକୀୟ ଇଂନିସ ଖେଳିଛନ୍ତି । ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିବା ଭାରତ ।

ଶ୍ରୀଲଙ୍କା ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ମାତ୍ର ୨୧୬ ରନ୍ କରିବାରେ ସମର୍ଥ ହୋଇଥିଲା । ଜବାବରେ ଭାରତ ୯ ୱିକେଟରେ ମ୍ୟାଚ୍ ଜିତି ନେଇଛି । ମାତ୍ର ୪ ରନ୍ କରି ରୋହିତ ଶର୍ମା ଆଉଟ ହେବା ପରେ ପାଳିକୁ ସଂଭାଳିଥିଲେ ଶିଖର ଧାୱନ ଏବଂ କୋହଲି । ଏବଂ ମ୍ୟାଚ୍ ଜିତି ଅପରାଜିତ ଭାବରେ ପ୍ୟାଭିଲିୟନକୁ ଫେରିଛନ୍ତି । ଶିଖର ଧାୱନ ୧୩୨ ରନ୍ କରିଥିବା ବେଳେ ଅଧିନାୟକ ବିରାଟ୍ କୋହଲି କରିଛନ୍ତି ୮୨ ରନ୍ ।

Comments are closed.