ମିତାଲି ବ୍ରିଗେଡ୍ ମଧ୍ୟ ଜିତିଲା ସିରିଜ୍ ! ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ମାତ ଦେଲା ଟିମ୍ ଇଣ୍ଡିଆ ।

189

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ବାହିନୀର ଦିନିକିଆ ସିରିଜ ବିଜୟ ପରେ ମିତାଲି ବାହିନୀ ମଧ୍ୟ ଦେଖାଇଛି କରିସ୍ମା । ଦ୍ୱିତୀୟ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇବା ସହ ସିରିଜ କବଜା କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ଦ୍ୱାରା ଭାରତ ଏହି ବଡ ବିଜୟ ହାସଲ କରିଛି । ତେବେ ଏହି ବିଜୟ ପରେ ଭାରତୀୟ ମହିଳା ଦଳ ଆଇସିସି ଚାମ୍ପିୟନସିପ ସିରିଜରେ ୨-୦ରେ ଆଗୁଆ ରହିଛି ।

ପ୍ରଥମ ଦିନିକିଆରେ ୯ ୱିକେଟରେ ନ୍ୟୁୁଜିଲାଣ୍ଡକୁ ପରାସ୍ତ କରିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ପ୍ରଥମେ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୪୪.୨ ଓଭରରେ ୧୬୧ ରନରେ ସୀମିତ ରଖିଥିଲା । ଭାରତ, ୧୬୨ ରନର ବିଜୟଲକ୍ଷ୍ୟକୁ ପିଛା କରି ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ ୯୦ ରନର ଇନିଂସ ଏବଂ ମିତାଲି ରାଜଙ୍କ ଦମଦାର ୬୩ ରନ ବଳରେ ୩୫.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ତେବେ ପ୍ରଥମରୁ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିବା ବେଳେ ମାତ୍ର ୧୫ ରନରେ ୨ଟି ୱିକେଟ ହରାଇଥିଲା ଭାରତ । ତେବେ ଅଧିନାୟିକା ମିତାଲି ରାଜ୍ ଏବଂ ସ୍ମୃତି ମନ୍ଧାନାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିନେଇଛି ।