ଆତଙ୍କୀ ପାଣ୍ଠି ଉପରେ ଅଙ୍କୁଶ ଲଗାଇବାକୁ ବଡ ପଦକ୍ଷେପ । ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ ସୁରକ୍ଷା ଛଡାଇ ନେଲେ ସରକାର

ମୀରୱାଇଜ ଉମର ଫାରୁକ, ଅବଦୁଲ ଘନିଙ୍କୁ ମିଳିବ ନାହିଁ କୌଣସି ସୁରକ୍ଷା, ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

344

କନକ ବ୍ୟୁରୋ: ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ କଠୋର ହେଲା ଜମ୍ମୁ-କାଶ୍ମୀର ପ୍ରଶାସନ । କେନ୍ଦ୍ର ସରକାରଙ୍କ ନିର୍ଦେଶରେ ତମାମ୍ ବିଚ୍ଛିନତାବାଦୀ ନେତାଙ୍କୁ ଯୋଗାଇ ଦ୍ିଆଯାଉଥିବା ସୁରକ୍ଷା ଓ ଅନ୍ୟାନ ସୁବିଧାକୁ ପ୍ରତ୍ୟାହାର କରି ନିଆଯାଇଛି । ୫ ବିଚ୍ଛିନ୍ନତାବାଦୀ ନେତା, ମୀରୱାଇଜ୍ ଉମରଫାରୁକ୍ , ସବୀର ସାହା, ଅବଦୁଲ୍ ଗନିଲୋନ୍, ବିଲାଲ୍ ଲୋନ୍ ଏବଂ ହସିମ୍ କୁରେସୀଙ୍କ ଠାରୁ ସମସ୍ତ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି ।

 

ରବିବାର ସଂଧ୍ୟା ସୁଦ୍ଧା ଏମାନଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ ସରକାରୀ ସେବାରୁ ମଧ୍ୟ ବଂଚିତ କରାଯିବ । ଶୁକ୍ରବାର ଶ୍ରୀନଗର ଗସ୍ତ କରି କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଦେଇଥିଲେ, ପାକିସ୍ତାନରୁ ଟଙ୍କା ନେଇ ଆଇଏଏସଆଇ ପାଇଁ କାମ କରୁଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷାର ସମୀକ୍ଷା କରାଯିବ । ପୁଲୱାମା ଆତଙ୍କୀ ହମଲା ପରେ ସୀମା ପାର ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ମିଳୁଥିବା ସହଯୋଗ ଉପରେ ରୋକ ଲଗାଇବାକୁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।