ଭାରତର ବିଶାଳ ବିଜୟ : ଶ୍ରୀଲଙ୍କାକୁ ୧୪୧ ରନ୍‌ରେ ହରାଇଲା ଭାରତ

47

ମୋହାଲି: ଆଞ୍ଜୋଲା ମାଥୁସଙ୍କ ଲଢୁଆ ଶତକ ବ୍ୟର୍ଥ ହୋଇଛି। ଭାରତ ୧୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପଞ୍ଜାବର ମୋହାଲିସ୍ଥିତ ପିଏସସି କ୍ରିକେଟ ଷ୍ଟାଡିୟମରେ ବୁଧବାର ୨ୟ ଦିନିକିଆରେ ୩୯୩ ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୨୫୧ ରନ୍‌ ସଂଗ୍ରହ କରିଛି। ଫଳରେ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ୧-୧ରେ ବଳବତ୍ତର ରହିଛି। ପୂର୍ବରୁ ଗତ ଡିସେମ୍ବର ୧୦ରେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା।

ଶ୍ରୀଲଙ୍କା ଗୋଟିଏ ପରେ ଗୋଟିଏ ଖେଳାଳିଙ୍କୁ ହରାଇଥିଲା। ୧୫୯ ରନ୍‌ରେ ୫ମ ଓ୍ଵିକେଟ(ଏସଲା ଗୁଣରତ୍ନେ), ୧୬୬ ରନ୍‌ରେ ୬ଷ୍ଠ ଓ୍ଵିକେଟ ଥିରସା (ପେରାରା) ଓ ୧୮୦ ରନ୍‌ରେ ୭ମ ଓ୍ଵିକେଟରେ (ସଚିତ ପଥିରନା) ଆଉଟ ହୋଇ ପାଭଲିୟନ ଫେରିଥିଲେ। ଏଲସା ୩୦ଟି ବଲ ଖେଳି ୟୁଜବେନ୍ଦ୍ର ଚହଳଙ୍କ ବଲ ଖେଳି ବିଫଳ ହେବା ପରେ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ସେହିପରି ଥିରସା ପେରାରା ୩ଟି ବଲ ଖେଳି ୟୁଜବେନ୍ଦ୍ର ଚହଲଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିବା ବେଳେ ସଚିଥ ୨ ରନ୍‌ କରି ପାଭଲିୟନ ଫେରିଥିଲେ। ସେ ଭୁବନେଶ୍ୱର କୁମାରଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ସେହିପରି ଅକେଲା ଧନଞ୍ଜୟ(୧୧) ଭାରତର ୮ମ ଶିକାର ହୋଇଥିଲେ। ସେ ଯଶପ୍ରିତ ବୁମରାଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।

ଭାରତର ପ୍ରଥମ ଶିକାର ହୋଇଥିଲେ ଶ୍ରୀଲଙ୍କାର ଖେଳାଳି ଓପନର ଉପୁଲ ଥରଙ୍ଗା(୭)। ସେ ଯଶପ୍ରିତ ବୁମରାଙ୍କ ବଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଦାନୁଷ୍କା ଗୁଣତିଲକା(୧୬) ଭାରତର ୨ୟ ଆକ୍ରମଣର ଶିକାର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟଚ ଦେଇ ଥରଙ୍ଗା ପାଭଲିୟନ ଫେରିଥିଲେ। ଶ୍ରୀଲଙ୍କା ୧୫ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ ୩୦ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିଲା। ୩ୟ ଓ୍ଵିକେଟ ୬୨ ରନ୍‌ରେ ପଡ଼ିଥିବା ବେଳେ ୧୧୫ ରନ୍‌ରେ ଶ୍ରୀଲଙ୍କା ୪ର୍ଥ ଓ୍ଵିକେଟ ହରାଇଥିଲା।

ସେହିଭଳି ଲାହିରୁ ଥିରମାନି ୨୧ ରନ୍‌ ସଂଗ୍ରହ କରି ଓ୍ଵାସିଂଙ୍ଗଟନ୍‌ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଥିଲେ। ଭାରତର ୪ର୍ଥ ଶିକାର ହୋଇଛନ୍ତି ନିରୋଶନଡିକଓ୍ଵାଲା(୨୨)। ସେ ୟୁଜବେନ୍ଦ୍ର ଚହଲଙ୍କ ବଲ ଓ୍ଵାସିଙ୍ଗଟନ ସୁନ୍ଦରକୁ କ୍ୟାଚ ଦେଇଥିଲେ।

ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅପରାଜିତ ଦ୍ୱିଶତକ(୨୦୮) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ଵିକେଟ ହରାଇ ୩୯୨ ରନ୍‌ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କାକୁ ୩୯୩ ରନ୍‌ ଟାର୍ଗେଟ ମିଳିଥିଲା। ରୋହିତ କ୍ୟାରିୟରର ୩ୟ ଦ୍ୱିଶତକ ହାସଲ କରି ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଟସ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ହେଉଛି ଷ୍ଟାଡିୟମର ସର୍ବୋଚ୍ଚ ସ୍କୋର।

ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଶିଖର ଧାଓ୍ଵନ(୬୮)। ସେ ୬୭ ବଲ ଖେଳି ସଚିତ ପଥିରାନାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇଥିଲେ। ଭାରତ ୨ୟ ଓ୍ଵିକେଟରେ ଶ୍ରେୟସ ଆୟାର(୮୮)କୁ ହରାଇଥିଲା। ଥିରସା ପେରାରାଙ୍କ ବଲ ସବ୍‌କୁ କ୍ୟାଚ ଦେଇଥିଲେ ଆୟାର। ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଗତ ଡିସେମ୍ବର ୧୦ରେ ଭାରତ ମାତ୍ର ୨୮ ରନ୍‌ରେ ୭ଟି ଓ୍ଵିକେଟ ହରାଇଥିବା ବେଳେ ମୋହାଲିରେ ୨୧.୧ ଓଭରରେ ୧୧୫ ରନ୍‌ ସଂଗ୍ରହ କରିବା ପରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଦଳର ୨ୟ ଓ୍ଵିକେଟ ୩୨୮ରେ ପଡ଼ିଥିଲା। ସେହିଭଳି ଦଳର ରନ ୩୫୪ରେ ମହେନ୍ଦ୍ର ସିଂହ ଧୋନି(୭) ୫ଟି ବଲ ଖେଳି ଥିରସା ପେରାରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୮) ଥିରସା ପେରାରାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇ ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ।