ଭାରତର କଙ୍ଗାରୁ ଶିକାର । ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ କଲା ବିରାଟ ବାହିନୀ

373

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସରିଜକୁ କମବ୍ୟାକ କରିଛି ବିରାଟ ବାହିନୀ । ରୋମାଞ୍ଚକର ମୁକାବିଲାରେ କଙ୍ଗାରୁ ଟିମକୁ ୬ ୱିକେଟରେ ମାତ୍ ଦେଇ ଦ୍ୱିିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଦମଦାର ଶତକ ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଧୈଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଏହି ବିଜୟ ହାସଲ କରିଛି ଭାରତୀୟ ଟିମ୍ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ସନ ମାର୍ଶଙ୍କ ଧୂଆଁଧାର ଶତକ ବଳରେ ୨୯୮ ରନର ବିଶାଳ ସ୍କୋର ଛିଡା କରିଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ୩ଟି ୱିକେଟ ହାସଲ କରିଥିଲେ । ୨୯୯ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ଜଗିରଖି ବ୍ୟାଟିଂ କରିଥିଲା । ପ୍ରଥମ ୱିକେଟରେ ରୋହିତ ଓ ଧୱନ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଆଉ ଏହି ଦୁହିଁଙ୍କ ୱିକେଟ ପତନ ପରେ କୋହଲି ଓ ଧୋନି ପାଳି ସମ୍ଭାଳିଥିଲେ । ଆଉ ଧୋନି ଶେଷ ଆଡକୁ ଚିତାକର୍ଷକ ସଟ ଖେଳି ଭାରତକୁ ଦେଇଥିଲେ ବହୁ ପ୍ରତୀକ୍ଷିତ ବିଜୟ । ଆଉ ଏହି ବିଜୟ ସହ ଭାରତ ୧-୧ରେ ସିରିଜ ବରାବର କରିଥିବା ବେଳେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳାଯିବ ।