ଭାରତ ଜିତିଲା ଅନ୍ତଃମହାଦେଶୀୟ କପ୍ : କେନିଆକୁ ହରାଇ ଅନ୍ତର୍ଜାତୀୟ ଗୋଲରେ ମହାନ ଖେଳାଳି ମେସିଙ୍କ ସମକକ୍ଷ ହେଲେ ସୁନୀଲ ଛେତ୍ରୀ

65

କନକ ବ୍ୟୁରୋ: ଆପ୍ରିକୀୟ ରାଷ୍ଟ୍ର କେନିଆକୁ ୨-୦ ଗୋଲରେ ପରାସ୍ତ କରି ଭାରତ ଅନ୍ତଃମହାଦେଶୀୟ କପ ଫୁଟବଲ ପ୍ରତିଯୋଗିତା ଜିତି ନେଇଛିା ଫାଇନାଲରେ ଭାରତର ଅଧିନାୟକ ସୁନୀଲ ଛେତ୍ରୀ ନିର୍ଣ୍ଣାୟକ ଦୁଇଟି ଗୋଲ ଦେଇଥିଲେ । ଖେଳର ପ୍ରଥମାର୍ଧରେ ଏହି ଗୋଲ ହୋଇଥିଲା । ଛେତ୍ରୀ ଏହି ମ୍ୟାଚରେ ଦୁଇଟି ଗୋଲ୍ ଦେଇ ନିଜ ଶତକୀୟ ଅନ୍ତର୍ଜାତୀୟ ପଦାର୍ପଣଙ୍କୁ ସ୍ମରଣୀୟ କରିଦେଇଥିଲେ । ଏହି ବିଜୟ ପରେ ହଜାର ହଜାର ଲୋକ ଷ୍ଟାଡିୟମରେ ତାଳିମାରି ଖୁସିମନାଇଥିଲେ । କେନିଆ ଶେଷ ଯାଏଁ ଚେଷ୍ଟା କରିଥିଲେ ବି ଗୋଟିଏ ହେଲେ ଗୋଲ ସ୍କୋର କରିପାରିନଥିଲା ।

ଫଳରେ ଭାରତ ବିଜୟ ମୁକୁଟ ପିନ୍ଧିଥିଲା । ଏହା ସହ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଗୋଲ ସଂଖ୍ୟାରେ ଆର୍ଜେଂଟିନାର ମହାନ ଖେଳାଳି ମେସିଙ୍କ ସହ ସମକକ୍ଷ ହୋଇଛନ୍ତି । ମେସି ଓ ଛେତ୍ରୀ ଏବେ ୬୪ ଲେଖାଁଏ ଗୋଲ ଦେଇ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ସଂଖ୍ୟକ ଗୋଲ ଦେବା ତାଲିକାରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଛେତ୍ରୀ ୧୦୧ ମ୍ୟାଚରୁ ୬୪ ଗୋଲ ଦେଇଛନ୍ତି । ମେସି ୧୨୪ ମ୍ୟାଚ ଖେଳି ୬୪ ଗୋଲ ଅର୍ଜନ କରିଛନ୍ତି । ପର୍ତୁଗାଲ ତାରକା କ୍ରିଷ୍ଟିଆନ ରୋନାଲଡୋ ୧୫୦ ମ୍ୟାଚରୁ ୮୧ ଗୋଲ କରି ପ୍ରଥମ ସ୍ଥାନରେ ଅଛନ୍ତି ।

ଚାରିଆଡ଼ୁ ଶୁଭେଚ୍ଛା

ଭାରତୀୟ ଦଳ ଅନ୍ତଃମହାଦେଶୀୟ କପ୍ ଜିତିବା ପରେ ଏହାକୁ ଚାରିଆଡ଼ୁ ଶୁଭେଚ୍ଛାର ସୂଅ ଛୁଟିଥିଲା। କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ରୀୟ ମନ୍ତ୍ରୀ ସୁରେଶ ପ୍ରଭୁ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିସ୍ଫୋରକ ବୀରେନ୍ଦ୍ର ସେହବାଗ, ସୁରେଶ ରାଇନାଙ୍କ ସହ ଦେଶର ବହୁ ସେଲିବ୍ରେଟି ଏବଂ ତାରକା ସୁନୀଲ ଛେତ୍ରୀଙ୍କ ଦଳକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ଛେତ୍ରୀ ମଧ୍ୟ ଟ୍ଵିଟ୍ କରି ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମେସିଙ୍କ ସମକକ୍ଷ ହେଲେ ଛେତ୍ରୀ

କେନିଆ ବିପକ୍ଷ ଅନ୍ତମହାଦେଶୀୟ କପ୍ ଫାଇନାଲରେ ଦୁଇଟି ଗୋଲ୍ ଦେବା ସହ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟାରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସିଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ମେସି ଓ ଛେତ୍ରୀ ଏବେ ୬୪ ଲେଖାଏଁ ଗୋଲ୍ ଦେଇ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ସଂଖ୍ୟକ ଗୋଲ୍ ଦେବା ତାଲିକାରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଛେତ୍ରୀ ୧୦୧ ମ୍ୟାଚରୁ ୬୪ ଗୋଲ୍ ଦେଇଛନ୍ତି। ଅନ୍ୟ ପକ୍ଷରେ ମେସି ୧୨୪ ମ୍ୟାଚ୍ ଖେଳି ସେହି ୬୪ ଗୋଲ୍ ଅର୍ଜନ କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଛେତ୍ରୀ ତାଙ୍କ ଆଗରେ ରହିବେ। ଛେତ୍ରୀ ଅନ୍ତଃମହାଦେଶୀୟ କେନିଆ କପ୍ର ବିପକ୍ଷ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଦୁଇଟି ଗୋଲ୍ ଦେଇ ନିଜ ଗୋଲ୍ ସଂଖ୍ୟା ୬୨ରେ ପହଞ୍ଚାଇଥିଲେ। ଗତକାଲି ଆଉ ଦୁଇଟି ଗୋଲ୍ ଦେଇ ମେସିଙ୍କ ସ୍ତରକୁ ଚାଲି ଯାଇଥିଲେ। ଏ କ୍ଷେତ୍ରରେ ସଂପ୍ରତି ପର୍ତୁଗାଲ ତାରକା କ୍ରିଷ୍ଟିଆନ ରୋନାଲଡୋ (୧୫୦ ମ୍ୟାଚ୍, ୮୧ ଗୋଲ୍) ପ୍ରଥମ ସ୍ଥାନରେ ରହିଛନ୍ତି।