କମନୱେଲଥ ଗେମରେ ଦମ ଦେଖାଇଲେ ଭାରତୀୟ ଯୋଦ୍ଧା ! ଲଗାତାର ତୃତୀୟ ଥର ପାଇଁ ସୁଶୀଲ କୁମାର ଜିତିଲେ ସ୍ୱର୍ଣ୍ଣ ପଦକ, ୧୪ଟି ସ୍ୱର୍ଣ୍ଣ ସହ ତୃତୀୟ ସ୍ଥାନରେ ଭାରତ

46

ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଶୀଲ କୁମାର । ଲଗାତର ତିନି ତିନିଟି କମନୱେଲଥ ଗୋଲ୍ଡ ମେଡାଲ୍ ଜିତି ଇତିହାସ ରଚିଛନ୍ତି ଏହି ଭାରତୀୟ କୁସ୍ତିଯୋଦ୍ଧା । ସେହିପରି ୫୭ କେଜି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ରାହୁଲ ଆୱାରେ । ମହିଳା କୁସ୍ତି ଯୋଦ୍ଧା ବବିତା କୁମାରୀ ରୌପ୍ୟ ଏବଂ କିରନ୍, ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଇତିହାସ ରଚିଲେ ଭାରତୀୟ ଯୋଦ୍ଧା ସୁଶୀଲ କୁମାର । କମନ୍ ୱେଲଥ ଗେମରେ ୭୪ କେଜି କୁସ୍ତି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ସୁଶୀଲ କୁମାର । ଏହାକୁ ମିଶାଇ ଲଗାତାର ତିନିଟି ସିଡବ୍ଲୁଜି ଗେମରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି ଏହି ୩୫ ବର୍ଷୀୟ କୁସ୍ତି ଯୋଦ୍ଧା । ୨୦୧୦ରେ ୬୬ କେଜି ବର୍ଗରେ ଏବଂ ୨୦୧୪ରେ ୭୪ କେଜି ବର୍ଗରେ କମନୱେଲ୍ଥ ଗେମରେ ସ୍ୱର୍ଣ୍ଣ ଜିତିଥିଲେ ସୁଶୀଲ ।

ଆଜି ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଜୋହାନସ ବୋଥାଙ୍କୁ ସହଜରେ ପରାସ୍ତ କରି ନିଜ ନାଁକୁ ତିନିଟି ସିଡବ୍ଲୁଜି ଗେମସ ଇତିହାସରେ ଲେଖିଦେଇଛନ୍ତି ସୁଶୀଲ କୁମାର । ପ୍ରଥମରୁ ପ୍ରଭାବଶାଳୀ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକୀୟ ପ୍ରତିପକ୍ଷକୁ ମାତ୍ର ୮୦ ସେକେଣ୍ଡରେ ଚିତ୍ପଟାଙ୍ଗ୍ କରିଦେଇଥିଲେ ସୁଶୀଲ । ଗତ ୧୭ ବର୍ଷ ଧରି କମନ ୱେଲ୍ଥ ଗେମରେ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି ଭାରତର ଏହି ଅଲିମ୍ପିକ୍ ପଦକ ବିଜେତା ।

ଆଜି ଥିଲା ଭାରତୀୟ କୁସ୍ତି ଯୋଦ୍ଧମାନଙ୍କ ଦିନ । ସୁଶୀଲ କୁମାରଙ୍କ ସହ ଅନ୍ୟ କୁସ୍ତି ଯୋଦ୍ଧାମାନେ ମଧ୍ୟ ପ୍ରତିପକ୍ଷକୁ ଚିତ୍ କରି ଭାରତ ପାଇଁ ପଦକ ଜିତିଛନ୍ତି । ୫୭ କେଜି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ରାହୁଲ ଆୱାରେ । ସେହିପରି ମହିଳା କୁସ୍ତି ଯୋଦ୍ଧା ବବିତା କୁମାରୀ ୫୩ କେଜି ଫ୍ରି ଷ୍ଟାଇଲ୍ କାଟାଗୋରୀରେ ରୌପ୍ୟ ପଦକ ପାଇଛନ୍ତି । ସେହିପରି ମହିଳା ୭୬ ବର୍ଗରେ ଭାରତୀୟ୍ର ଯୋଦ୍ଧା କିରନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାସହ ମୋଟ ୧୪ଟି ସ୍ୱର୍ଣ୍ଣ ସହ ମୋଟ ୩୧ଟି ପଦକ ହାତେଇଛି ଭାରତ । ଏହାସହ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ ।