ଭାରତ ଚାଉଳର ସ୍ୱାଦ ଚାଖିବ ଚୀନ ! ଆରମ୍ଭ ହେଲା ରାଇସ ମିଲ୍ ପଞ୍ଜୀକରଣ ପ୍ରକ୍ରିୟା  ।

3

ଖୁବ୍ ଶୀଘ୍ର ଭାରତ ଚାଉଳର ସ୍ୱାଦ ଚାଖିବ ଚୀନ୍ । ଦୁନିଆର ସବୁଠାରୁ ବଡ ଚାଉଳ ଉପଭୋକ୍ତା ଦେଶ କୁହାଯାଉଥିବା ଚୀନକୁ ଭାରତ ଦେବ ଚାଉଳ । ଏନେଇ ଭାରତ ସରକାର ଏବଂ ଚୀନ୍ କଷ୍ଟମ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ସଂସ୍ଥା ଏ.ପି.ଡା ତରଫରୁ ସୂଚନା ମିଳିଛି । ଦୁଇ ଦେଶ ମଧ୍ୟରେ ଚାଉଳ ରପ୍ତାନୀକୁ ନେଇ ଖୁବ ଶୀଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ଭାରତରୁ ଚୀନ ଦେଶକୁ ଚାଉଳ ରପ୍ତାନୀ ହେବ । ଏହାପଛରେ ରହିଛି ଏକ ଉଦ୍ଦେଶ୍ୟ ଯେ ଚାଇନାରେ ଜନସଂଖ୍ୟା ବହୁଳ ଦେଶ ହୋଇଥିବା ବେଳେ ଉତ୍ପାଦନ ହେଉଥିବା ଚାଉଳ ଉପଯୁକ୍ତ ପରିମାଣ ହୋଇପାରୁ ନାହିଁ । ତେଣୁ ଆବଶ୍ୟକୀୟ ଚାଉଳ ପାଇଁ ଭାରତରୁ ଚାଉଳ ନେବା ପାଇଁ ଚାହୁଁଛି ଚାଇନା । ତେଣୁ ଚୀନବାସୀ ଖାଉଥିବା ଚାଉଳର ଗୁଣବତାଃ ମାନ ସହିତ ଭାରତରେ ଉତ୍ପାଦିତ ଚାଉଳର ମାନ ସମାନ ହେଉଛି ନା ନାହିଁ ସେନେଇ ପରୀକ୍ଷା କରାଯିବ । ଏହି ପ୍ରକ୍ରିୟାର ପ୍ରୋଟକଲ ଅନୁସାରେ ଭାରତର କିଛି ଖାସ୍ ରାଇସ୍ ମିଲକୁ ଚୀନକୁ ଚାଉଳ ରପ୍ତାନୀ ପାଇଁ ଅନୁମତି ମିଳିବ ।

ବିଶେଷ କରି ଯେଉଁ ରାଇସ୍ ମିଲ୍ ଭାରତ ସରକାର କୃଷି ମନ୍ତ୍ରଣାଳୟର ବନସ୍ପତି ସଂରକ୍ଷଣ ସଂଗରୋଧ ନିର୍ଦ୍ଦେଶାଳୟ ସହିତ ପଂଜୀକୃତ ହୋଇଥିବେ ସେମାନଙ୍କ ମଧ୍ୟରୁ କିଛି ରାଇସ୍ ମିଲକୁ ଚୟନ କରାଯିବ । ଏହାପରେ ପଞ୍ଜୀକୃତ ରାଇସ୍ ମିଲ୍ ଗୁଡିକର ଚାଉଳ ଗୁଣବତାଃ ପରୀକ୍ଷା କରିବେ ଚାଇନାର ନିରୀକ୍ଷଣ ଅଧିକାରୀ । ଯେଉଁ ରାଇସ୍ ମିଲ୍ ଏହି ପରୀକ୍ଷାରେ ସଫଳ ହେବେ ସେମାନେ ଭାରତରେ ଉତ୍ପାଦନ ହେଉଥିବା ଚାଉଳ ଚାଇନାକୁ ରତ୍ପାନୀ କରିବା ପାଇଁ ଅନୁମତି ପାଇବେ । ଏପିଡା ଏନେଇ ଦେଶର ସମସ୍ତ ରାଇସ ମିଲକୁ ପୂର୍ବରୁ  ସୂଚନା ଦେଇଛି ।

ଚୀନ୍ ହେଉଛି ବିଶ୍ୱରେ ସବୁଠାରୁ ବଡ ଚାଉଳ ଉପଭୋକ୍ତା ଦେଶ ଯେଉଁଥି ପାଇଁ ଚୀନକୁ ବାର୍ଷିକ ୫୦-୬୦ଲକ୍ଷ ଟନ୍ ର ଚାଉଳ ଦରକାର ପଡୁଛି । ତେବେ ଚୀନ ତାହାର ଆବଶ୍ୟକୀୟ ଚାଉଳ ଅଭାବକୁ ଦକ୍ଷିଣ-ପୂର୍ବ ଏସିଆ ଦେଶମାନଙ୍କ ଠାରୁ ସଂଗ୍ରହ କରି ପୂରଣ କରିଥାଏ । ସେହିଭଳି ବିଶ୍ୱରେ ଭାରତ ଏକମାତ୍ର ଦେଶ ଯିଏ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ । କିନ୍ତୁ ପ୍ରଥମ ଥର ପାଇଁ ଚାଇନା ସିଧାସଳଖ ଭାରତରୁ ଚାଉଳ ନେବା ପାଇଁ ମନ ବଳାଇଛି । କାରଣ ପୂର୍ବରୁ ଭାରତରୁ ଚାଇନାକୁ ମଧ୍ୟସ୍ଥି ଦ୍ୱାରା ବିଭିନ୍ନ ମାଧ୍ୟମ ଦେଇ ଚାଉଳ ଯାଉଥିଲା । ତେବେ ଏହାଦ୍ୱାରା ଭାରତ ପାଖରେ ଏକ ପ୍ରକାର ସୁଯୋଗ ମିଳିବ ଯାହାକି ଭାରତ-ଚାଇନା ମଧ୍ୟରେ ଥିବା ତିକ୍ତତା ଦୂର କରିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

Comments are closed.