୨୦୨୨ ପର୍ଯ୍ୟନ୍ତ ବିଶ୍ୱର୧୧ତମ ଧନୀ ଦେଶରେ ଗଣାହେବ ଭାରତ : ରିପୋର୍ଟ

87

ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୂପରେ ପରିଚିତ ଭାରତ । ଲଗାତାର ଭାବେ ଭାରତ ଅର୍ଥନୀତିର ଅଭିବୃଦ୍ଧି ଘଟୁଛି । ଭାରତ ହେଲା ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତି । କିଛି ଦିନ ତଳେ ଅ୍ରାସିଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା ୨୦୫୦ ବେଳକୁ ଭାରତ ଅନେକ ଦିଗରେ ଆମେରିକା ଠାରୁ ଆଗୁଆ ରହିବ । ଭାରତରେ ଆର୍ଥିକ ହେଉ କି ସାମରିକ ଶକ୍ତି ହେଉ ସବୁକିଛି କ୍ଷେତ୍ରରେ ଏବେ ଦେଶ ଆଗୁଆ ରହିଛି । ତେବେ ସଦ୍ୟ ରିପୋର୍ଟ ଅନୁସାରେ ଭାରତ କେବଳ ବିକାଶଶୀଳ ରାଷ୍ଟ୍ର ନୁହେଁ ଧନୀ ଦେଶରେ ପରିଗଣିତ ହେବ ।

ଆଗାମୀ ସମୟରେ ଭାରତୀୟ ସମ୍ପତ୍ତି ବୃଦ୍ଧି ପାଇବ । ଲୋକ ଧନୀ ହେବେ, ଯାହାଦ୍ୱାରା ଦେଶକୁ ମଧ୍ୟ ଲାଭ ମିଳିବ । ଆଉ ଏଥିପାଇଁ ସମ୍ପତି ମାମଲାରେ ୨୦୨୨ ପର୍ଯ୍ୟନ୍ତ ଭାରତ ବିଶ୍ୱର ୧୧ ତମ ସବୁଠାରୁ ସବୁଠାରୁ ଧନୀ ଦେଶ ଭାବେ ପରିଗଣିତ ହେବ । ୨୦୧୭ ତୁଳନାରେ ଭାରତର ରାଙ୍କିଂ ୪ଟି ସ୍ଥାନ ଉପରକୁ ଉଠିଯିବ । ତେବେ ଏକଥା ଆମେ କହୁନୁ ବୋଷ୍ଟନ୍ କନସଲଟିଂ ଗ୍ରୁପର ରିପୋର୍ଟରୁ ଏକଥା ଜଣାପଡ଼ୁଛି ।

ରିପୋର୍ଟ ଅନୁସାରେ ୨୦୨୨ ପର୍ଯ୍ୟନ୍ତ ଭାରତ ବିଶ୍ୱର ୧୧ ତମ ସବୁଠାରୁ ଧନୀ ଦେଶ ହୋଇଯିବ । ରିପୋର୍ଟ ଅନୁସାରେ ଏହି ତାଲିକାରେ ସବୁଠାରୁ ଉପରେ ତଥା ପ୍ରଥମ ସ୍ଥାନରେ ରହିଛି ରହିଛି ୟୁନାଇଟେଡ଼୍ ଷ୍ଟେଟସ୍ । ତାଲିକାରେ ଦ୍ୱୀତିୟ ସ୍ଥାନରେ ରହିଛି ଚୀନ । ଅନ୍ୟପରେ ଭାରତ ଏହି ତାଲିକାରେ ୧୧ ତମ ସ୍ଥାନରେ ରହିବ ଭାରତ । ଦେଶର ବିକାଶଶୀଳ ଅର୍ଥନୀତି ଯୋଗୁଁ ଭାରତର ସମତ୍ତି ସବୁଠାରୁ ଅଧିକ ବଢ଼ିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ୨୦୧୭ରେ ଭାରତ ସମୃଦ୍ଧ, ହାଇ ନେଟୱର୍କ ଓ ଅଲଟ୍ରା ହାଇ ନେଟୱର୍କ ଶ୍ରେଣୀରେ ଏସିଆର ପଞ୍ଚିମ ସବୁଠାରୁ ବଡ଼ ବଜାର ଅଟେ । ଭାରତରେ ଧନୀ ତଥା ସମୃଦ୍ଧ ଲୋକ ସଂଖ୍ୟା ୩୨୨,୦୦୦ । ଆଇ ନେଟୱର୍କ ଲୋକଙ୍କ ସଂଖ୍ୟା ୮୭,୦୦୦ ଓ ଅଲଟ୍ରା ହାଇ ନେଟୱର୍କ ୪ ହଜାର ଲୋକ ଅଛି । ଏହି ସଂଖ୍ୟାଖେଳ ଉପରେ ନଜର ପକାଇଲେ ଜାଣିପାରିବେ ବିକାଶ ଆଡ଼କୁ ଦେଶର ଗତି ସୃଦୃଢ଼ ହେବାରେ ଲାଗିଛି ।