ଭାରତ ହେବ ଦ୍ୱିତୀୟ ବଡ଼ ୪ଜି ହ୍ୟାଣ୍ଡସେଟ୍‌ ବଜାର

37

କନକ ବ୍ୟୁରେ: ଭାରତ ଖୁବ୍ ଶୀଘ୍ର ବିଶ୍ୱର ଦ୍ୱିତୀୟ ବଡ଼ ୪ଜି ହ୍ୟାଣ୍ଡସେଟ୍ ବଜାର ହେବାକୁ ଯାଉଛି । ଏ କ୍ଷେତ୍ରରେ ଏହା ଆମେରିକାକୁ ଆସନ୍ତା ବର୍ଷ ସୁଦ୍ଧା ଦ୍ୱିତୀୟ ସ୍ଥାନରୁ ହଟାଇବ । କାଉଣ୍ଟର୍ ପଏଣ୍ଟ୍ ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ଆକଳନ କରାଯାଇଛି । ଭାରତରେ ଏବେ ୧୫ କୋଟି ୪ଜି ହ୍ୟାଣ୍ଡସେଟ୍ ରହିଛି । ଏହା ଚୀନ୍ ଏବଂ ଆମେରିକା ପଛକୁ ତୃତୀୟ ସ୍ଥାନରେ ରହିଛି ।

ଆସନ୍ତା ବର୍ଷ ସୁଦ୍ଧା ଭାରତର ୪ଜି ହ୍ୟାଣ୍ଡସେଟ୍ ସଂଖ୍ୟା ୩୪ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏବେ ଆମେରିକାରେ ୨୨.୫ କୋଟି ୪ଜି ହ୍ୟାଣ୍ଡସେଟ୍ ଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ତାହା ୨୪.୫ କୋଟିରେ ପହଞ୍ଚିବ । ଯାହା ଭାରତର ୩୪ କୋଟି ଠାରୁ ବହୁତ କମ୍ । ଚୀନରେ ଏବେ ୭୪ କୋଟି ୪ଜି ହ୍ୟାଣ୍ଡସେଟ୍ ରହିଛି । ଆସନ୍ତା ବର୍ଷ ତାହା ୭୮ କୋଟିକୁ ବୃଦ୍ଧି ପାଇବ । ଚୀନ୍ ପୂର୍ବ ଭଳି ଏକ ନମ୍ବର ସ୍ଥାନରେ ରହିବ ।