ବର୍ଷା ସାଜିଲା ବାଧକ: ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ

ସେପଟେ ଅନ୍ତର୍ଜାତୀୟ କ୍ରିକେଟକୁୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ୍ ହାସିମ ଆମଲା

148

କନକ ବ୍ୟୁରୋ: ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ହୋଇଥିଲା । ତେବେ ବର୍ଷା ଯୋଗୁଁ ମ୍ୟାଚ୍ ୨ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଫଳରେ ମ୍ୟାଚକୁ ୫୦ ଓଭରରୁ କମାଇ ୩୪ ଓଭର ଲେଖାଏଁ କରାଯାଇଥିଲା । ତେବେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୩ ଓଭର ବ୍ୟାଟିଂ କରିବା ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା ।ଫଳରେ ଖେଳ ଦେଢ଼ ଘଂଟା ବନ୍ଦ ରହିଥିଲା ।

ହେଲେ ବର୍ଷା ନଛାଡ଼ିବାରୁ ମ୍ୟାଚକୁ ରଦ୍ଦ କରିବାକୁ ଅମ୍ପାୟାର ଓ ରେଫେରି ନିଷ୍ପତି ନେଇଥିଲେ । ମ୍ୟାଚ୍ ରଦ୍ଦ ବେଳେକୁ ୱେଷ୍ଟଇଣ୍ଡିଜର ସ୍କୋର ଥିଲା ୧୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୫୪ ରନ୍ କରିଥିଲା । ସାଇ ହୋପ୍ ୪୦ ଓ ଲୁଇସ୍ ୬ ରନ୍ କରି ଖେଳୁଥିଲେ । କ୍ରିସ୍ ଗେଲ୍ ୩୧ ବଲରୁ ୪ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଖେଳାଯିବ । ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ଜିତି ନେଇଥିଲା ଭାରତ ।

ଚୂଡାନ୍ତ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, କେଦାର ଯାଦବ, ଋଷବ ପନ୍ତ୍‌, ରବୀନ୍ଦ୍ର ଜାଦେଜା, ଭୁବ‌ନେଶ୍ବର କୁମାର, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ୍ ଅହମ୍ମଦ।