ଚୀନର ଦାଦାଗିରିକୁ ଭାରତ ଅଣଦେଖା କରିବା ପରେ କୂଟନୈତିକ ଚାଲ ! ଟ୍ରାଇ ଜଙ୍କସନ ନେଇ ନେପାଳ ସହ ଚୀନର ଆଲୋଚନା

36

କନକ ବ୍ୟୁରୋ : ଚୀନର ଦାଦାଗିରିକୁ ଭାରତର ବେଖାତିର ପରେ ବେଜିଂର କୂଟନୈତିକ ଚାଲ । ସିକିମ ସୀମାରେ ଡ୍ରାଗନ୍ ସେନାର ଦାଦାଗିରିକୁ ଭାରତ ଖାତିର ନକରିବା ପରେ କୂଟନୈତିକ ଚାଲ ଖେଳିବା ଆରମ୍ଭ କରିଛି ବେଜିଂ । ମାମଲାକୁ ନେଇ ନେପାଳ ସହ ଆଲୋଚନା କରିଛି ଚୀନ୍ । ଡୋକଲାମ ବିବାଦ ପ୍ରସଙ୍ଗରେ କାଠମାଣ୍ଡୁ ସହ ସଂପର୍କ ଆରମ୍ଭ କରିଛି ଚୀନ୍ ପ୍ରଶାସନ । ଭାରତ, ଚୀନ୍ ଓ ନେପାଳ ମଧ୍ୟରେ ଥିବା ଟ୍ରାଇ ଜଂକସନ୍ ନେଇ ନେପାଳ ସହ ଚୀନ୍ ଆଲୋଚନା ଆରମ୍ଭ କରିଛି ।

ଆଉ ନେପାଳକୁ ପ୍ରଲୋଭିତ କରିବାକୁ ଆରମ୍ଭ କରିଛି ବେଜିଂ । ନେପାଳରେ ପ୍ରଭାବ ବୃଦ୍ଧି କରିବାକୁ ଭାରତ ସଂଘର୍ଷ ଚଳାଇଥିବା ବେଳେ ଚୀନର ଏପରି ପଦକ୍ଷେପକୁ ନେଇ ଚିନ୍ତା ବଢିଛି । ଚୀନ୍ ଓ ଭାରତ ସହ ନେପାଳ ଦୁଇଟି ଟ୍ରାଇ ଜଙ୍କସନ୍ ଦ୍ୱାରା ସଂଯୋଗୀକରଣ ହୋଇଛି । ତେବେ ନେପାଳରେ ଚୀନ୍ ଅଧିକାରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଡୋକଲାମରୁ ଭାରତ ସେନା ପ୍ରତ୍ୟାହାର ନକଲେ ଆଲୋଚନା ସମ୍ଭବ ନୁହେଁ ।