ସହିଦଙ୍କ ଶରୀରକୁ ବିକୃତ କରିବା ଘଟଣାରେ ପାକକୁ ଭାରତର ଚେତାବନୀ ! ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

58

କନକ ବ୍ୟୁରୋ: ଦୁଇ ସହିଦଙ୍କ ଶରୀରକୁ ବିକୃତ କରିବା ଘଟଣା ନେଇ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିବ । ଭାରତୀୟ ସେନା ଏହା ଉଚିତ ଜବାବ ଦେବ ଏବଂ ଏଥି ପାଇଁ ସମୟ ଓ ସ୍ଥାନ ସେନା ସ୍ଥିର କରିବ ବୋଲି କହିଛନ୍ତି ଭାଇସ୍-ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଶରତ ଚାନ୍ଦ ।

ଭାରତୀୟ ସେନାଙ୍କୁ ହତ୍ୟା କରିବା ଓ ସେମାନଙ୍କ ମୁଣ୍ଡ କାଟିବା ପାକିସ୍ତାନର ହତାଶାର ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି । ସେମାନେ କଣ କରିବାକୁ ଚାହୁଁଛନ୍ତି ତାହା ସେ ସ୍ପଷ୍ଟ କରିବେ ନାହିଁ ବୋଲି କହିଥିଲେ ଶରତ । ପାକିସ୍ତାନ ବିରୋଧରେ କିପ୍ରକାର ପଦକ୍ଷେପ ନିଆଯିବ ସେନେଇ ଗଣମାଧ୍ୟମର ପ୍ରଶ୍ନର ଜବାବରେ ଏହା କହିଛନ୍ତି ଭାଇସ୍-ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ।