ଭାରତର କଡ଼ା ନଜରରେ ପାକିସ୍ତାନର ସମସ୍ତ ଠିକଣା ! ଜାଣନ୍ତୁ କିପରି ପ୍ରସ୍ତୁତ ରହିଛି ଦେଶ ?

500

କନକ ବ୍ୟୁରୋ : ପାକିସ୍ତାନର ପ୍ରତିଟି ଅଂଚଳ ଉପରେ ଭାରତର କଡ଼ା ନଜର ରହିଛି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ତ୍ରାହି ପାଇପାରିବ ନାହିଁ । ଭାରତ ୩୨  ଲକ୍ଷ ବର୍ଗ କିଲୋମିଟରରେ ବ୍ୟାପ୍ତ, ଅନ୍ୟପଟେ ପାକିସ୍ତାନ କେବଳ ୭ ଲକ୍ଷ ବର୍ଗକିଲୋମିଟରରେ ସୀମିତ । ଏଥିରୁ ସିଧା ସିଧା ଜଣାପଡ଼ୁଛି ପାକିସ୍ତାନ ଉପରେ ନଜର ରଖିବା ଭାରତ ପାଇଁ ଖୁବ ସହଜ । ଭାରତ ପାଖାପାଖି ୫୬ ପ୍ରତିଶତ ପରମାଣୁ ବୋମା ପ୍ରୟୋଗ କରିବା ପାଇଁ ମିଶାଇଲ ପ୍ରସ୍ତୁତ କରି ରଖିଛି । ଅନ୍ୟପଟେ ବୁସେନା ଓ ନୌସେନା ମଧ୍ୟ ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ପାକିସ୍ତାନର କୌଣସି ଅଂଚଳର ଭାରତର ପରମାଣୁ ବମର ରେଞ୍ଜରୁ ତ୍ରାହି ପାଇବ ନାହିଁ ।

ଭାରତ ପାଖରେ ପାକିସ୍ତାନ ଠାରୁ ୫-୧୦ ପରମାଣୁ ବମ କମ ଥିଲେ ମଧ୍ୟ ଶତ୍ରୁ ଦେଶକୁ ମାଟିରେ ମିଶାଇବା ପାଇଁ ଭାରତ ପାଖରେ ପୁରା ଶକ୍ତି ରହିଛି । ଏହାବ୍ୟତୀତ ଭାରତ ପାଖରେ ୧୫ ସାଗରିକା ବୁଡ଼ାଜାହଜାରେ ୧୨ ପରମାଣୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ରହିଛି । ସ୍ଥଳ ରେ ଓ ଜଳରେ ପ୍ରୟୋଗ କର ହେଉଥିବା ପରମାଣୁ ମିଶାଇଲ ସହଜରେ ପାକିସ୍ତାନରେ ଇସଲାମାମବାଦ, ରାଓଲପିଣ୍ଡିି, ଲାହୋର, କରାଚୀ ସମତେ ପାକିସ୍ତାନର ସେନା ଠିକଣା ଉପରେ ଲକ୍ଷ୍ୟଭେଦ କରିପାରିବ ।