ବିଶ୍ୱକପ୍ କ୍ରିକେଟରେ ଆଜି ୱେଷ୍ଟଇଣ୍ଡିଜକୁ ଭେଟିବ ଭାରତ । ମାଂଚେଷ୍ଟରରେ ଅପରାହ୍ନ ୩ଟାରେ ମହାମୁକାବିଲା : ଋିଷଭ ପନ୍ଥଙ୍କୁ ମିଳିପାରେ ସୁଯୋଗ, ସାମି ହୋଇପାରନ୍ତି ରିପିଟ

ମାଂଚେଷ୍ଟରରେ ମହାମୁକାବିଲା

249

କନକ ବ୍ୟୁରୋ : ମାଂଚେଷ୍ଟରରେ ମହାମୁକାବିଲା । ଦୁଇ ଥରର ବିଶ୍ୱକପ୍ ଚାମ୍ପିଅନ୍ ଦୁଇ ଦଳ ମଧ୍ୟରେ ଟକ୍କର ହେବ । ଆଜି ୱେଷ୍ଟଇଣ୍ଡିଜକୁ ଭେଟୁଛି ଭାରତ । ଇଣ୍ଡିଜର ପେସ ଆଟାକ୍ ବନାମ ଭାରତର ଟପ୍ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟରେ ଲଢେଇ ହେବ । ଭାରତ ପାଇଁ ଚିନ୍ତାର କାରଣ ମଧ୍ୟକ୍ରମ ବ୍ୟାଟିଂ ଲାଇନ୍ ରହିଛି । ଆଜିର ମ୍ୟାଚରେ ବିଜୟ ଶଙ୍କର ନଖେଳିଲେ ଋିଷଭ ପନ୍ଥ ସୁଯୋଗ ପାଇପାରନ୍ତି ।

ସେହିପରି ଆହତ ଭୁବନେଶ୍ୱର କୁମାର ସୁସ୍ଥ ହୋଇସାରିଥିଲେ ମଧ୍ୟ ଆଜିର ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଛି । ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ନେଇଥିବା ମହମ୍ମଦ ସାମିଙ୍କୁ ପୁଣି ରିପିଟ୍ କରିବ ଦଳ । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ଧୋନୀଙ୍କ ଉପରେ ରହିବ । ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ କରି ଧୋନି ସମାଲୋଚିତ ହୋଇଥିଲେ । ଧୋନୀ ୫୨ ବଲ୍ ଖେଳି ୨୮ ରନ୍ କରିଥିଲେ । ତେଣୁ ଧୋନୀଙ୍କ ବ୍ୟାଟିଂକୁ ନେଇ ମାଷ୍ଟରବ୍ଳାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଆଜି ଧୋନି କେଉଁ ସ୍ଥାନରେ ଖେଳିବେ ତାହା ବିତର୍କର ବିଷୟ ହୋଇଛି ।

ସେପଟେ ସେମିଫାଇନାଲ୍ ଦୌଡରୁ ଇଣ୍ଡିଜ ବାଦ୍ ପଡି ସାରିଛି । ଶେଷ କିଛି ମ୍ୟାଚ୍ ଜିତି ଦଳ ସମ୍ମାନର ସହ ବିଶ୍ୱକପ୍ ଶେଷ କରିବା ଲକ୍ଷ୍ୟରେ ରହିବ । ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବାଦ୍ ପଡିବା ଦଳ ପାଇଁ ବଡ ଝଟକା ହୋଇଛି । ତେବେ ପେସ୍ ବୋଲର କରଟେଲ୍ ଓ ଥୋମାସ, ଭାରତ ପାଇଁ ଚିନ୍ତାର କାରଣ ସାଜିପାରନ୍ତି । ସେହିପରି ସମସ୍ତଙ୍କ ନଜର ରହିବ ବ୍ରାଥୱେଙ୍କ ଉପରେ ।