ଆଜିଠାରୁ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ ଆରମ୍ଭ !

66

କନକ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫି ପରାଜୟ ପରେ ଆଜିଠାରୁ ୱେଷ୍ଟଇଣ୍ଡିଜ୍ ସହ ଦିନିକିଆ ସିରିଜ ମୁକାବିଲାରେ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ ତ୍ରିନିଦାଦ୍ ଠାରେ ହେବ । ଭାରତୀୟ ସମୟ ସଂଧ୍ୟା ସାଢେ ୬ଟାରେ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ ହୋଲ୍ଡରଙ୍କ ଟିମ୍ ବିରୋଧରେ ଖେଳିବ । ଗତ ବର୍ଷ ସିଜିନରେ ଟିମ୍ ଇଣ୍ଡିଆ ୨୦ଟି ମ୍ୟାଚ ଜିତିଥିବା ବେଳେ ୬ଟି ମ୍ୟାଚରେ ପରାଜୟ ବରଣ କରିଛି ।

କିନ୍ତୁ ଏବେ ଦଳ ଏବେ ସଂକଟ ଭିତରେ ଗତି କରୁଛି । ପ୍ରଥମେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନଠାରୁ ଶୋଚନୀୟ ପରାସ୍ତ । ପରେ କୋଚ୍-ଅଧିନାୟକ ବିବାଦ ଏବଂ କୋଚ୍ ପଦରୁ କୁମ୍ବଲେଙ୍କ ଇସ୍ତଫା, ଟିମ୍ ଇଣ୍ଡିଆକୁ ବିବାଦୀୟ କରିଛି । ଫଳରେ ଦଳ ଉପରେ ଚାପ ସୃଷ୍ଟି ହୋଇଛି । ପାକିସ୍ତାନଠାରୁ ପରାସ୍ତ ପରେ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ଦୋହଲିଯାଇଛି । ୱେଷ୍ଟଇଣ୍ଡିଜ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା କରିପାରି ନାହିଁ । ଏପରିକି ଘରୋଇ ପରିବେଶରେ ଆଫଗାନିସ୍ତାନଠାରୁ ମଧ୍ୟ ଦଳ ଗୋଟିଏ ମ୍ୟାଚ ହାରିଛି ।