ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଦିନିକିଆକୁ ୧୬୮ରନରେ ଜିତିଲା ଟିମ୍ ଇଣ୍ଡିଆ ! କୋହଲି ଓ ରୋହିତଙ୍କ ଦମଦାର ଶତକ

24

କନକ ବ୍ୟୁରୋ : କଲମ୍ବୋରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଚତୁର୍ଥ ଦିନିକିଆକୁ ଭାରତ ୧୬୮ରନରେ ଜିତିନେଇଛି । ଏଥିସହ ଦଳ ପାଂଚ ମ୍ୟାଚ ବିଶିଷ୍ଟ ସିରିଜରେ ୪-୦ରେ ଅଗ୍ରଣୀ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ଗୁରୁବାର ୩୭୬ ରନର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ଦ୍ୱିତୀୟ ପାଳି ଖେଳିଥିଲା । ପୂର୍ବରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୭୫ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୧୩୧) ଓ ରୋହିତ ଶର୍ମା(୧୦୪)ଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଭାରତ ଏକ ମଜବୁତ ସ୍କୋର କରିପାରିଥିଲା । ସେହିପରି ମନୀଷ ପାଣ୍ଡେ(ଅପରାଜିତ ୫୦) ଓ ମହେନ୍ଦ୍ର ସିଂହ ଧୋନି (ଅପରାଜିତ ୫୦) ଭାରତର ବଡ଼ ସ୍କୋର ହେବାର ସାହଯ୍ୟ କରିଥିଲା ।

ଶ୍ରୀଲଙ୍କା ୪୨.୪ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୭ ରନ୍ ସଂଗ୍ରହ କରିଥିଲା । ଶ୍ରୀଲଙ୍କାର ପ୍ରଥମ ଓ୍ଵିକେଟ ୨୨ରନ୍ରେ, ୨ୟ ଓ୍ଵିକେଟ ୨୬ରନ୍ରେ, ୩ୟ ଓ୍ଵିକେଟ ୩୭ରନରେ,, ୪ର୍ଥ ଓ୍ଵିକେଟ ୬୮ରନରେ, ୫ମ ଓ୍ଵିକେଟ ୧୪୧ ରନରେ,, ୬ଷ୍ଠ ଓ୍ଵିକେଟ ୧୭୭ରନରେ,, ୭ମ ଓ୍ଵିକେଟ୍ ୧୯୦ ରନରେ,, ୮ମ ଓ୍ଵିକେଟ୍ ୧୯୬ରନରେ, ଓ ୯ମ ଓ୍ଵିକେଟ୍ ୨୦୭ରନରେ, ପଡ଼ିଥିଲା । ଶ୍ରୀଲଙ୍କା ପକ୍ଷରୁ ଅଞ୍ଜେଲା ମ୍ୟାଥୁସ୍ ସର୍ବାଧିକ ୭୦ରନ୍ ସଂଗ୍ରହ କରିଥିବା ବେଳେ, ସିରବର୍ଦ୍ଧନା ୩୯ରନ୍ ଓ ଡିସଲଭା ୨୨ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଯଶପ୍ରିତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ, ସାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।