ପ୍ରଥମ ଟି-୨୦ରେ ଭାରତକୁ ପରାସ୍ତ କଲା ଶ୍ରୀଲଙ୍କା ! ୧୦ଟି ବଲ୍ ଥାଇ ମ୍ୟାଚକୁ ଜିତି ନେଲା ସିଂହଳୀ ଦଳ

21

କନକ ବ୍ୟୁରୋ : ନିଦହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟି-୨୦ ମ୍ୟାଚର ଉଦଘାଟନୀ ଦିବସରେ ଭାରତକୁ ଘରୋଇ ଶ୍ରୀଲଙ୍କା ଦଳ ୫ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବାରେ ବିଫଳ ହୋଇଥିବାବେଳେ ଧାୱନ ସର୍ବାଧିକ ୯୦ ରନ୍ କରିଥିଲେ । ସୁରେଶ ରୈନା ୧, ମନୀଷ ପାଣ୍ଡେ ୩୭ ଓ ରିଷଭ ପନ୍ତ ୨୩ ରନ୍ କରିଥିଲେ ।

୫ ୱିକେଟ ହରାଇ ଭାରତ ଘରୋଇଦଳକୁ ୧୭୫ରନର ଟାର୍ଗେଟ ଦେଇଥିଲା । ଜବାବରେ ଶ୍ରୀଲଙ୍କାର ଯୁବ ବାହିନୀ ଅତି ଦୃଢ଼ ଭାବରେ ବ୍ୟାଟିଂ କରିଥିଲେ । ପାୱାର ପ୍ଲେ ୬ ଓଭରରେ ଶ୍ରୀଲଙ୍କା ନିଜ ଟ୍ୱେଂଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସର୍ବାଧିକ ୭୫ ରନ ଆଦାୟ କରି ଭାରତୀୟ ବୋଲରଙ୍କୁ ଚକିତ କରିଦେଇଥିଲେ । କୁସାଲ ପରେରା ୨୨ ବଲରୁ ଅର୍ଧଶତକ ହାସଲ କରି ଭାରତ ହାତରୁ ମ୍ୟାଚ ଛଡାଇନେଇଥିଲେ । ୯ଟି ବଲ୍ ଥାଇ ମ୍ୟାଚ୍କୁ ଜିତି ନେଇଥିଲା ସିଂହଳି ବାହିନୀ ।