ଭାରତ–ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ! ଆଜି ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବ ଟକ୍କର

23

କନକ ବ୍ୟୁରୋ: ଆଜି ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଶ୍ରୀଲଙ୍କାର ଗାଲେ ଇଂଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ ଏହି ଟେଷ୍ଟ ମ୍ୟାଚ୍ । ତିନି ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍ ଆଜିଠୁ ଆରମ୍ଭ ହେଉଛି । ଦିନ ୧୦ଟାରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ୨୦୧୫ରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଗାଲେ ମୈଦାନରେ ପରାଜୟର ସାମନା କରିବାକୁ ପଡିଥିଲା । ତେବେ ସେତେବେଳେ ୨-୧ ରେ ସିରିଜ୍ ଜିତିଥିଲା ଭାରତ ।

ତେଣୁ ଆଜି ମଧ୍ୟ ୧-୦ ରେ ସିରିଜ୍ ଆଗୁଆ ରହିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ମୁରଲି ବିଜୟଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନିଆଯାଇଛି । ଶ୍ରୀଲଙ୍କା ସହ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ ଅଫସ୍ପିନର ଆର. ଅଶ୍ୱିନଙ୍କର ୫୦ତମ ଟେଷ୍ଟ ମ୍ୟାଚ୍ ହେବ । ସେହିପରି ଅସୁସ୍ଥତା କାରଣରୁ ଲୋକେଶ ରାହୁଲ ଆଜି ଟିମରେ ଖେଳିବେ ନାହିଁ ବୋଲି ଜଣାପଡିଛି ।