ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ୫୫୦ରନର ବିରାଟ ବିଜୟ ଲକ୍ଷ୍ୟ ! ୨୪୦ରନରେ ଭାରତର ଦ୍ୱିତୀୟ ଇନିଂସ ଘୋଷଣା

14

କନକ ବ୍ୟୁରୋ: ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ରହିଛି ୫୫୦ରନର ବିରାଟ ବିଜୟ ଲକ୍ଷ୍ୟ । ଦ୍ୱିତୀୟ ଇନିଂସରେ ୩ ୱିକେଟରେ ୨୪୦ରନରେ ପାଳି ଘୋଷଣା କରିଛି ଭାରତ । ଭାରତ ପକ୍ଷରୁ ଅଧିନାୟକ କୋହଲି ୧୦୩ ରନ କରି ଅପରାଜିତ ରହିଥିବା ବେଳେ କ୍ୟାରିୟରରେ ୧୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହାସହ ସେ ବିଦେଶ ମାଟିରେ ୧୦୦୦ ରନ୍ ଅତିକ୍ରମ କରି ରେକର୍ଡ ରଚିଛନ୍ତି । ଜବାବରେ ଦ୍ୱିତୀୟ ପାଳି ଆରମ୍ଭରୁ ଶ୍ରୀଲଙ୍କାକୁ ଝଟକା ଲାଗିଛି, ଏବେ ସୁଦ୍ଧା ଶ୍ରୀଲଙ୍କା ୨ ୱିକେଟରେ ହରାଇ ୫୩ ରନ୍ କରିଛି ।