ଏସିଆ କପ୍ ହକି : ଆଜି ଢାକାରେ ଭାରତ-ଦକ୍ଷିଣ କୋରିଆ ମଧ୍ୟରେ ହେବ ଟକ୍କର

20

କନକ ବ୍ୟୁରୋ : ଆଜିଠାରୁ ଏସିଆ କପ ହକିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେଉଛି । ସୁପର ଫୋରର ଲଢେଇର ଦ୍ୱିତୀୟ ମ୍ୟାଚରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ । ସେହିପରି ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଢାକା ଠାରେ ମୁକାବିଲା ହେବ । ପଏଂଟ ଭିତିରେ ଦଳ ଗୁଡିକ ପ୍ରଥମରୁ ଚୁତର୍ଥ ମାନ୍ୟତା ପାଇବେ ।

ଆସନ୍ତା ୨୨ରେ ଖେଳାଯିବ ଫାଇନାଲ । ବିଶ୍ୱ ମାନ୍ୟତା ଦୃଷ୍ଟିକୋଣରୁ ଦକ୍ଷିଣ କୋରିଆ ବିପକ୍ଷରେ ଭାରତ ବିଜୟ ଆଶା ଅଧିକ । ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବାବେଳେ କୋରିଆ ଦଳ ତ୍ରୟୋଦଶରେ ରହିଛି । ପୁଣି ଗ୍ରୁପ ପର୍ଯ୍ୟାୟରେଭାରତ ଅପରାଜେୟ ରହିଥିବା ବେଳେ କୋରିଆ ଗୋଟିଏ ମ୍ୟାଚ ହାରିଛି । ଫାଇନାଲ ଖେଳିବାକୁ ହେଲେ ଭାରତକୁ ଏହି ପର୍ଯ୍ୟାୟରେ ୩ରୁ ୨ଟି ମ୍ୟାଚ ଜିତିବା ଆବଶ୍ୟକ । ସେହି ଦୃଷ୍ଟିରୁ ଦକ୍ଷିଣ କୋରିଆକୁ ହରାଇ ଏହି ଲକ୍ଷ୍ୟରେ ଆଗକୁ ବଢିବାର ଲକ୍ଷ୍ୟ ରଖିଛି ଭାରତ ।