ଇତିହାସ ରଚିଲା କୋହଲି ବାହିନୀ ! ପୋର୍ଟ ଏଲିଜାବେଥରେ ପଂଚମ ଦିନିକିଆରେ ଇଣ୍ଡିଆ ଟିମର ବାଜିମାତ୍

20

କନକ ବ୍ୟୁରୋ: ଇତିହାସ ରଚିଲା କୋହଲି ବାହିନୀ । ପୋର୍ଟ ଏଲିଜାବେଥ ପଂଚମ ଦିନିକିଆରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ । ୭୩ ରନରେ ମ୍ୟାଚକୁ ଜିତି ନେଇଛି ଭାରତ । ଏହି ବିଜୟ ଫଳରେ ୬ଟିକିଆ ଏକଦିବସୀୟ ଶୃଙ୍ଖଳାରେ ଭାରତ ୪-୧ରେ ଆଗୁଆ ହୋଇଛି । ଏବଂ ସିରିଜକୁ କବଜା କରିଛି ଭାରତ । ଟିମ୍ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୨୭୪ ରନ୍ କରିଥିଲା । ତେବେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୧ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଶତକୀୟ ଇନିଂସ ଖେଳି ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି ରୋହିତ ଶର୍ମା । ଏହି ସିରିଜରେ ସଂଘର୍ଷ କରୁଥିବା ରୋହିତ ୧୧୫ ରନର ଦମଦାର ଇନିଂସ ଖେଳି ଭାରତର ବିଜୟରେ କର୍ଣଧାର ସାଜିଥିଲେ । ତେବେ କୁଲଦୀପ ଯାଦବଙ୍କ ୪ ୱିକେଟ୍ ସଫଳତା ଓ ୨ ୱିକେଟ୍ ହାସଲ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାାଙ୍କ ବୋଲିଂ ମଧ୍ୟ ବିଜୟ ପାଇଁ ପଥ ପରିଷ୍କାର କରିବାରେ ସହାୟକ ହୋଇଥିଲା ।

ଉଲ୍ଲେଖଥାଉ କି, ଦକ୍ଷିଣ ଆଫ୍ରିକା ମାଟିରେ ଅଢ଼େଇ ଦଶନ୍ଧି ଧରି ଯାହା ଅସମ୍ଭବ ଥିଲା ତାହାକୁ ସମ୍ଭବ କରିଛି କୋହଲି ବାହିନୀ । ପ୍ରଥମ ଥର ପାଇଁ ଦିନିକିଆ ଶୃଙ୍ଖଳା ଜିତି ଐତିହାସିକ ସଫଳତା ପାଇଛି ଭାରତୀୟ ଦଳ। ମଙ୍ଗଳବାର ପୋର୍ଟ ଏଲିଜାବେଥରେ ଅନୁଷ୍ଠିତ ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ ରନରେ ହରାଇ ଭାରତ ୬ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ୪-୧ରେ ହାସଲ କରିଛି । ଏଥି ସହିତ ଆଇସିସି ଦିନିକିଆର ଏକ ନମ୍ବର ମାନ୍ୟତାକୁ ମଧ୍ୟ ଦୃଢ଼ କରି ନେଇଛି ।

ଦୁଇ ଥର ବିଶ୍ୱକପ୍ ବିଜେତା ଭାରତୀୟ ଦଳ ବହୁବାର ପ୍ରୟାସ କରିଥିଲେ ମଧ୍ୟ କେବେ ବି ଆଫ୍ରିକା ଗସ୍ତରେ ଶୃଙ୍ଖଳା ବିଜୟ ହାସଲ କରିନଥିଲା । ରୋହିତ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଶତକ, କୁଲଦୀପ ଯାଦବଙ୍କ ୪ ଓ୍ଵିକେଟ୍ ସଫଳତା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ (୨/୩୦) ଓ କ୍ଷେତ୍ରରକ୍ଷଣ ଭାରତକୁ ଏହି ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଥିଲା । ଭାରତର ୨୭୪ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୭.୪ ଓଭର ପୂର୍ବରୁ ୨୦୧ ରନ୍‌ରେ ସୀମିତ ହୋଇଯାଇଥିଲା। ରୋହିତ ଶର୍ମା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।