ଦକ୍ଷିଣ ଆଫ୍ରିକାକୁ ଧୋଇଲା ଭାରତ ! ୩ୟ ଦିନିକିଆକୁ ୧୨୪ରନରେ ଜିତି ଟିମ୍ ଇଣ୍ଡିଆର ହ୍ୟାଟ୍ରିକ ବିଜୟ

35

କନକ ବ୍ୟୁରୋ : କେପଟାଉନରେ ଭାରତୀୟ କ୍ରିକେଟରଙ୍କ ଦମଦାର ପ୍ରଦର୍ଶନ । ଭାରତର ହ୍ୟାଟ୍ରିକ ବିଜୟ । ଦକ୍ଷିଣ ଆଫ୍ରିକାରେ ଭାରତ ୩-୦ରେ ବିଜୟୀ ହୋଇଛି । ପ୍ରଥମ ଦୁଇ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିଥିବାବେଳେ କୋହଲୀ ବାହିନୀ ବୁଧବାରର ତୃତୀୟ ଦିନିକିଆକୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି । ଦକ୍ଷିଣ ଆଫ୍ରିକାରେ ଘରୋଇ ଟିମ୍କୁ କ୍ରମାଗତ ଭାବେ ହରାଇ ସଫଳତାର ଆଉଏକ ନୁଆ ଫର୍ଦ ଯୋଡ଼ିଛି ଭାରତ ।

ଏହାସହ ଅଧିନାୟକ ବିରାଟ କୋହଲିଙ୍କ ଦମ୍ଦାର ଇନିଙ୍ଗସ୍ ବେଶ ରୋମାଂଚକର ଥିଲା । ୧୫୯ ବଲରେ ୧୬୦ ରନ୍ ବର୍ଷା କରି ବିରାଟ ଅପରାଜିତ ରହିଥିଲେ । ସେହିପରି ୟୁଜୁବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଉଇକେଟ ନେଇ ଭାରତକୁ ୧୨୪ ରନର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି । ଭାରତ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୩୦୩ ରନ୍ କରିଥିବାବେଳେ କୁଲଦିପ୍ ଏବଂ ଚହଲଙ୍କ ସ୍ପିନ୍ ଜାଲରେ ଫସି ଦକ୍ଷିଣ ଆଫିକା ୪୦ ରନ୍ରେ ୧୭୯ ରନ୍ କରିପାରିଥିଲା । ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାର ଲଗାତର ତୃତୀୟ ପରାଜୟ ଦକ୍ଷିଣ ଆଫିକାକୁ ଶକ୍ତ ଝଟକା ଦେଇଛି ।