ସେଂଚୁରିଆନରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ! ଘରୋଇ ଦଳ ପାଇଁ କର ବା ମର ସ୍ଥିତି

23

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି ୨୦ । ସେଂଚୁରିଆନରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଂଟି ସିରିଜର ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ଅଛି ଭାରତ । ତେଣୁ ଆଜିର ମ୍ୟାଚ୍ ଜିତି ଫଟାଫଟ କ୍ରିକେଟ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ସେପଟେ ଘରୋଇ ଦଳ ପାଇଁ ସୃଷ୍ଟି ହୋଇଛି କର ବା ମର ସ୍ଥିତି । ଆଜିର ମ୍ୟାଚ୍ ହାରିଗଲେ ଦକ୍ଷିଣଆଫ୍ରିକା ହାତରୁ ସିରିଜ୍ ଖସିଯିବ । ତେଣୁ ଘରୋଇ ଦକ୍ଷିଣଆଫ୍ରିକା ପାଇଁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ । ଏପଟେ କିନ୍ତୁ ପୂର୍ବରୁ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତି ସାରିଥିବା ଭାରତ ଟି ଟ୍ୱେଂଟି ସିରିଜ୍ ଉପରେ କବଜା କରି ଦକ୍ଷିଣ ଆଫ୍ରିକା ଗସ୍ତକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି ।