ନ୍ୟୁଜିଲାଣ୍ଡ ବିପକ୍ଷରେ ହାମିଲଟନରେ ଇତିହାସ ରଚିବ କି ଭାରତ ? ଟି-୨୦ ସିରିଜ୍ ହାତେଇବା ପାଇଁ ଭାରତକୁ ଆବଶ୍ୟକ ୨୧୩ ରନ୍ ।

80

କନକ ବ୍ୟୁରୋ: ହାମିଲଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଖେଳାଯିବାକୁ ଥିବା ସିରିଜର ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଜିତିବା ପାଇଁ ଭାରତ ଆଗରେ ରହିଛି ୨୧୩ ରନର ବିଜୟ ଲକ୍ଷ୍ୟ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଉଥିବା ତୃତୀୟ ତଥା ଫାଇନାଲ ଟି୨୦ରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ନ୍ୟୁଜିଲାଣ୍ଡ ଦଳ ଆକ୍ରାଣମତ୍ମକ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୨୦ ଓଭରେ ୨୧୨ ରନ୍ କରିଛି । ତେଣୁ ଭାରତ ସମ୍ମୁଖରେ ୨୧୩ ରନର ବିଶାଳ ସ୍କୋର ଛିଡ଼ା କରିଛି କିୱି ଦଳ । ନ୍ୟୁଜିଲାଣ୍ଡ ଟିମର କଲିନ ମୁନରୋ ସର୍ବାଧିକ ୪୦ ବଲରେ ୭୨ ରନ କରିଥିବାବେଳେ ଗ୍ରାଣ୍ଡହୋମ ୧୬ ବଲରେ ଡେଥ୍ ଓଭରରେ ୩୦ ରନ କରି ଦଳକୁ ବିଶାଳ ସ୍କୋରଚ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।

ସେପଟେ ବିଦେଶ ମାଟିରେ ଆଉ ଏକ ରେକର୍ଡ କରିବାକୁ ଚାହିଁବ ରୋହିତ ବ୍ରିଗେଡ । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ନିଜ ନାମରେ କରିଥିଲା। ଏହା ପରେ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଙ୍କୁ ତାରି ଘରେ ଦିନିକିଆ ସିରିଜରେ ପରାସ୍ତ କଲା । ଏବେ ଭାରତ ପାଖରେ ନ୍ୟଜିଲାଣ୍ଡ ମାଟିରେ ପ୍ରଥମ ଥର ଟି-୨-୦ ସିରିଜ୍ ଜିତିବାର ସୁଯୋଗ ରହିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହା ପୂର୍ବରୁ ଏକ ମାତ୍ର ଟି-୨୦ ସିରିଜ୍ ୨୦୦୮-୦୯ରେ ଖେଳାଯାଇଥିଲା । ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୦-୨ରେ ପରାଜିତ ହୋଇଥିଲା । ସିରିଜର ଅନ୍ତିମ ମୁକାବିଲାରେ ଭାରତ ସମ୍ମୁଖରେ ନ୍ୟୁଜିଲାଣ୍ଡ ଦଳ ୨୧୩ ରନର ଟାର୍ଗେଟ ଦେଇଛି ।

ଏବେ ସମସ୍ତଙ୍କ ନଜର ରୋହିତ୍ ବ୍ରିଗେଡ଼ ଉପରେ ରହିଛି । କାରଣ ନ୍ୟୁଜିଲାଣ୍ଡଙ୍କୁ ତାଙ୍କ ଘରୋଇ ମାଟିରେ ଦିନିକିଆ ସିରିଜ ପରାସ୍ତ କଲାପରେ ଏବେ ଦଳର ନଜର ଟି-୨୦ ସିରିଜ୍ ଟାଇଟେଲ୍ ଉପରେ ରହିଛି । ତେଣୁ ଆଜି କିଛି ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ଅଭିଜ୍ଞ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟରୁ ଦେଖିବାକୁ ବୋଲି ଆଶା ରଖିଛନ୍ତି ଭାରତବାସୀ ।