ଶିଖର ବିନା ସହଜ ନୁହେଁ ! ଧାୱନ ନାହାନ୍ତି ବୋଲି ଧୋଇଯିବ କି ମ୍ୟାଚ ?

ମହାମୁକାବିଲା ପୂର୍ବରୁ ମାଟି ଓଦା କଲା ବର୍ଷା

432

କନକ ବ୍ୟୁରୋ: ମହାମୁକାବିଲା ପୂର୍ବରୁ ମାଟି ଓଦା କଲା ବର୍ଷା । ନଟିଂହାମରେ ମ୍ୟାଚରେ ପୂର୍ବରୁ ବର୍ଷା ଜାରି । ଘନଘନ ବର୍ଷା ପାଇଁ ମ୍ୟାଚ ବିଳମ୍ବ ହେଉଥିବା ସୂଚନା । ୨ଟା ୩୦ରେ ଟସ ପଡିବାକୁ ଥିବା ବେଳେ ବର୍ଷା ପାଇଁ ଟସ ପ୍ରକିୟା ବିଳମ୍ବ ହୋଇଛି ।


ତେବେ ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଆଜି ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାର ଥିଲା । ହେଲେ ଷ୍ଟାଡିୟମ ଉପରେ କଳା ବାଦଲ ଓ ପ୍ରବଳ ବର୍ଷା ପାଇଁ ପଡିଆ ଓଦା ହୋଇଛି । ତେଣୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେଉଛି । ତେବେ ସବୁଠୁ ବଡ କଥା ହେଉଛି ବିଶ୍ୱକପ କ୍ରିକେଟରେ ମୋଟ ଖେଳା ଯାଇଥିବା ୧୭ଟି ମ୍ୟାଚରୁ ୩ଟି ମ୍ୟାଚ ବର୍ଷା କାରଣରୁ ଧୋଇଯାଇଛି । ତେଣୁ ନଟିଂହାମର ଏ ମ୍ୟାଚ ବର୍ଷା ପାଇଁ ଧୋଇ ଯିବନି ତ ଏହା ଏବେ ସବୁ ଖେଳପ୍ରେମୀଙ୍କ ମନରେ ପ୍ରଶ୍ନର ପାହାଡ ସୃଷ୍ଟି କରିଛି ।

ହାତରେ ଆହତ କାରଣରୁ ଆଜିର ମ୍ୟାଚରୁ ଓପନର ଶିଖର ଧାୱନ ବାଦ ପଡିଛନ୍ତି । ଆଉ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଖେଳିବା ସମ୍ଭାବନା ଅଛି । ତେବେ ଲଞ୍ଚ ପରେ ବର୍ଷା କମିବ ବୋଲି ଅନୁମାନ କରାଯାଉଛି ।