କାଲିଠୁ ଆରମ୍ଭ ଟି-ଟ୍ୱେଣ୍ଟି ଲଢେଇ ! ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

289

କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ଲଢେଇ । କିଓି୍ୱ ଦଳ ବିପକ୍ଷରେ ଦିନିକିଆ ସିରିଜରେ ଦବଦବା ଜାହିର କରିବା ପରେ ଟି-୨୦ ଶୃଙ୍ଖଳାକୁ ମଧ୍ୟ କବଜାକୁ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଖେଳାଯିବ। ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୱେଷ୍ଟପାକ୍ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ରେ ପଡ଼ିଆକୁ ଓହ୍ଲାଇବ।

ଦିନିକିଆ ଶୃଙ୍ଖଳାରେ ୪-୧ରେ ଜିତିଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ। ଭାରତ ବିଗତ ୩ ମାସ ମଧ୍ୟରେ ବିଦେଶୀ ମାଟିରେ ମଧ୍ୟ ନିଜର ବଳିଷ୍ଠତା ପ୍ରମାଣିତ କରିଆସିଛି । ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା । ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ୍ କହିଛନ୍ତି, ଆମେ ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳାକୁ ନିଜର କରିବାକୁ ଉଦ୍ୟମ କରିବୁ ।

ସମ୍ଭାବ୍ୟ ଭାରତୀୟ ଦଳ : 

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଋଷଭ ପନ୍ତ, ଶୁଭମନ୍ ଗିଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିର୍ଦ୍ଧାର୍ଥ କୌଲ, କୃର୍ଣ୍ଣାଲ ପାଣ୍ଡ୍ୟା, କେ ଖଲିଲ ଅହମ୍ମଦ୍, ବିଜୟ ଶଙ୍କର, କେଦାର ଯାଦବ ।