ସିରିଜ କବଜା କଲା ଭାରତ : ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ବିରାଟ ବାହିନୀ

230

କନକ ବ୍ୟୁରୋ: ସିରିଜ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଦଳ ଦମଦାର ପ୍ରଦର୍ଶନ କରି କିୱି ଟିମକୁ ଧରାଶାୟୀ କରିଛି ଟିମ୍ ଇଣ୍ଡିଆ । ୩ ଉଇକେଟ୍ ହରାଇ ୪୩ ଓଭରରେ ଲକ୍ଷ୍ୟ ହାସଲ କରିି ନେଇଛି ମେନ୍ ଇନ୍ ବ୍ଲ୍ୟୁ । ୨୪୩ ରନ୍ର ପିଛା କରୁଥିବା ଭାରତ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି ।

ଆଜି ମାଉଂଟ ମାଉଙ୍ଗାନୁଇରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ୩-୦ରେ ସିରିଜ ହାତେଇଲା ଭାରତ । ୭ ଓିକେଟରେ ନିଜ୍ୟୁଲାଣ୍ଡକୁ ପରାସ୍ତ କରି ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ତେବେ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳକୁ ଭାରତର ବୋଲର ୨୪୩ ରନରେ ସୀମିତ ରଖିବାକୁ ସକ୍ଷମ ହୋଇଥିଲେ । ମହମ୍ମଦ ସାମି ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି ୱିକେଟ ଅକ୍ତିଆର କରିଥିଲେ । ଯାହାଦ୍ୱାରା ଟେଲର ଶତକରୁ ବଂଚିତ ହୋଇଥିଲେ । ଭାରତ ଆଗରେ ରହିଥିଲା ୨୪୪ରନର ଟାଗେର୍ଟ । ଏହାପରେ ଭାରତର ଧୂଆଦାର ବ୍ୟାଟିଂ ବଳରେ ୩-୦ରେ ସିରିଜ୍ ହାତେଇବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ ।