ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡ ପରୀକ୍ଷା: ନାପିୟର ପ୍ରଥମ ଦିନିକିଆରେ ଟସ ଟିଣି ନ୍ୟୁଜିଲାଣ୍ଡର ବ୍ୟାଂଟ,କଙ୍ଗାରୁ ପରେ କିୱି ଦଳକୁ ମାତ ଦେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

90

କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନାପିଏରଠାରେ ଚାଲିଛି ପ୍ରଥମ ଦିନିକିଆ ମ୍ୟାଚ । ପ୍ରଥମରୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମରୁ ଦୁଇଟି ୱିକେଟ ହରାଇଛି ଘରୋଇ ଦଳ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ ଟିମ୍ । ଅନ୍ୟପଟେ ଆଜିର ମ୍ୟାଚରେ ପ୍ରଥମ ୱିକେଟ ନେଇ ମହମ୍ମଦ ସାମି ଦିନିକିଆରେ ନିଜର ଶହେ ୱିକେଟ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳୁଛି ।

ନିଜର ପ୍ରଥମ ଓ ଦ୍ୱିତୀୟ ଓଭରରେ ଲାଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ବୋଲରମାନଙ୍କ ମଧ୍ୟରେ ସାମି ଉତ୍ସାହ ଭରିଦେବା ପରେ ଖେଳର ୧୫ତମ ଓଭରରେ ୟୁଜବେନ୍ଦ୍ର ଚହଲ ରୋଜ ଟେଲରଙ୍କୁ ୨୪ ରନ୍‌ରେ କଟ୍‌ ଆଣ୍ଡ ବୋଲ୍‌ଡ ଆଉଟ୍‌ କରି ଭାରତକୁ ତୃତୀୟ ସଫଳତା ଦେଇଛନ୍ତି। ୧୫ତମ ଓଭର ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ ହରାି ସଂଗ୍ରହ କରିଛି ୫୩ ରନ। ଖେଳର ଦ୍ୱିତୀୟ ଓଭରରେ ମହମ୍ମଦ ସାମି ଗୁପ୍‌ଟିଲଙ୍କୁ ବୋଲ୍ଡ କରି ଭାରତୀୟ ଶିବିରରେ ରୋମାଞ୍ଚ ଭରି ଦେଇଛନ୍ତି। ଗୁପ୍‌ଟିିଲ ମାତ୍ର ୫ ରନ୍‌ କରି ସାମିଙ୍କ ଏକ ଇନସ୍ୱିଙ୍ଗର ବଲରେ ବୋଲ୍‌ଡ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ଗୁପ୍‌ଟିଲଙ୍କ ଓ୍ଵିିକେଟ ସହିତ ମହମ୍ମଦ ସାମି ଦିନିକିଆରେ ତାଙ୍କର ଶହେତମ ଓ୍ଵିକେଟ ଅକ୍ତିଆର କରିଛନ୍ତି। ସେହିପରି ୪ର୍ଥ ଓଭରରେ କଲିନ୍‌ ମୁନ୍‌ରୋଙ୍କୁ ବୋଲ୍ଡ କରି ସାମି ତାଙ୍କର ଦ୍ୱିତୀୟ ଓ୍ଵିକେଟ ଅକ୍ତିଆର କରିଛନ୍ତି। ପ୍ରାଥମିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ନୁଞଜିଲାଣ୍ଡ ଏହି ଚାପରୁ ମୁକୁଳିବାକୁ ଉଦ୍ୟମ ଚଳାଇଥିବା ବେଳେ ଚହଲ ରୋଜ୍‌ ଟେଲରଙ୍କୁ ଆଉଟ୍‌ କରି ନ୍ୟୁଜିଲାଣ୍ଡ ର ଚାପ ପୁଣି ବଢ଼ାଇ ଦେଇଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।

ନ୍ୟୁଜିଲାଣ୍ଡ ଟିମ୍: ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନୋରୀ ନିକୋଲାସ, ମାଇକେଲ ସଣ୍ଟର, ଡି ବ୍ରେସେଓ୍ଵଲ, ଟିମ୍‌ ସଉଥି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ଇତିହାସ ରଚିଲେ ବିରାଟ କୋହଲି

ଇତିହାସ ରଚିଲେ ବିରାଟ କୋହଲି । ଆଇସିସି ପୁରଷ୍କାରର ସବୁ ବିଭାଗରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ବିରାଟ । ଆଇସିସି ଆୱାର୍ଡ୍ସ ୨୦୧୭-୧୮ବର୍ଷର ସମସ୍ତ ଶ୍ରେଷ୍ଠ ପୁରସ୍କାରକୁ ପୋଛି ନେଇଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ଆଇସିସି ମେନ୍ସ କ୍ରିକେଟର ଅଫ୍ ଦ ଇୟର, ଆଇସିସି ମେନ୍ସ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଏବଂ ଆଇସିସି ମେନ୍ସ ଦିନିକିଆ କ୍ରିକେଟର ଅଫ ଦ ଇୟର ପୁରସ୍କାର ହାସଲ କରିଛନ୍ତି ।

ଗୋଟିଏ ବର୍ଷ ପାଇଁ ଏକକାଳିନ ଆଇସିସିର ଏହି ପ୍ରମୁଖ ୩ପୁରସ୍କାର ପାଇବାରେ କୋହଲି ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ବିଶ୍ୱର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ ସୀମିତ ଓଭରର ଉଭୟ ଫର୍ମାଟ ଦିନିକିଆ ଓ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଦାୟୀ ବର୍ଷରେ କୋହଲି ସବୁ ଫର୍ମାଟରେ ଚମକ୍ରାର ବ୍ୟାଟିଂ କରିଥିଲେ । ୧୩ଟେଷ୍ଟରୁ ୫ଶତକ ସହିତ ୫୫ଦଶମିକ ୮ଶୂନ ଆଠ ହାରରେ ୧୩୩ଦଶମିକ୍ ପାଂଚ ପାଂଚ ହାରରେ ୧୨୦୨ରନ କରିଥିଲେ ।