ବାରବାଟୀକୁ ବିସିସିଆଇ ଝଟକା : ଟେଷ୍ଟ ଭେନ୍ୟୁରେ ହେଲାନି ସାମିଲ

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡ଼ିଲା ବୋତଲ ମାଡ ଘଟଣା । ନୂଆ ଟେଷ୍ଟ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଲା ବାରବାଟୀ । ତେବେ ନୂଆ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଥିବା ବାରବାଟୀ ପାଇଁ କିନ୍ତୁ ଆଶ୍ୱସ୍ତି ଆଣି ଦେଇଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ । ଏପେଟ ବାଂଲାଦେଶ ସହ ହେବାକୁ ଥିବା ଟେଷ୍ଟ ସିରିଜରେ ବାରବାଟୀକୁ ସୁଯୋଗ ମିଳିବା ନେଇ ଆଶା ବାନ୍ଧିଛି ଓସିଏ ।

ନୂଆ ଟେଷ୍ଟ ଭେନ୍ୟୁ ପାଇଁ ବାରବାଟୀ ସମେତ ୭ଟି ଷ୍ଟାଡିୟମର ଅନୁଧ୍ୟାନ କରିଥିଲା ବିସିସିଆଇ ଟିମ୍ । ବିସିସିଆଇ ଅନୁଧ୍ୟାନ କରିଥିବା ରାଜକୋଟ, ବିଶାଖାପାଟଣା, ଧର୍ମଶାଳା, ରାଂଚି ଏବଂ ଇନ୍ଦୋର ଟେଷ୍ଟ ଭେନ୍ୟୁ ମାନ୍ୟତା ପାଇଥିବା ବେଳେ କେବଳ କଟକ ଏଥିରୁ ବାଦ୍ ପଡ଼ିଛି ।

ମୁମ୍ବାଇ ବିସିସିଆଇ ମୁଖ୍ୟାଳୟରେ ଚୂଡାନ୍ତ ହୋଇଛି ଚଳିତବର୍ଷର ଟୁର ପ୍ରୋଗ୍ରାମ ଏବଂ ଫିକ୍ସଚର । ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ସିରିଜ୍ ପାଇଁ କ୍ରୀଡ଼ାସୂଚୀ ପ୍ରକାଶ ପାଇଥିବା ବେଳେ ଘରୋଇ କ୍ରିକେଟ ସିରିଜ୍ ପାଇଁ ମଧ୍ୟ ସୂଚୀ ପ୍ରକାଶ ପାଇଛି ।